ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋରେ ଯୋଗଦେବେ

ଭୁବନେଶ୍ବର (କେନ୍ୟୁଜ୍) : ଦେଶର ରାଜଧାନୀ ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଦିଲ୍ଲୀ ମୌର‌୍ୟ୍ୟ ସେରେଟନ୍ ହୋଟେଲରେ ମେନ୍ ଇନ୍ ଓଡ଼ିଶା ରୋଡ୍ ସୋରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା । ଏଥିରେ ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । କାର୍ଯ୍ୟକ୍ରମରେ ବହୁ ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀ ପ୍ରମୁଖ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ସଂସ୍କରଣରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ତା ପୂର୍ବରୁ ଓଡ଼ିଶା ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ କରୁଛି । ଏହାପରେ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.