ବାଲେଶ୍ୱର: ୨୦ ହଜାର ଟଙ୍କାରେ ୮ ଦିନର କଅଁଳା ଛୁଆକୁ ବିକ୍ରି ଘଟଣା, ମାଆ କୋଳକୁ ଫେରିଲା ନବଜାତ
![child](https://knewsodisha.com/wp-content/uploads/2019/09/child-1.jpg)
ବାଲେଶ୍ୱର: ମାଆ କୋଳକୁ ଫେରିଲା ନବଜାତ। ବାଲେଶ୍ୱର ସହର ଟାଉନ୍ ଥାନା ଅଞ୍ଚଳରେ ୨୦ ହଜାର ଟଙ୍କାରେ ୮ ଦିନର କଅଁଳା ଛୁଆକୁ ବିକ୍ରି ଅଭିଯୋଗ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପିଲାଟିକୁ ନେଇଥିବା ପରିବାର ଛୁଆଟିକୁ ଫେରାଇ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଦରଘା ମଇଦାନ ଅଞ୍ଚଳର ସେକ ପିରୁ ଓ ହୁସୁନ ତୁନ ବିବିଙ୍କ ସାତୋଟି ପୁଅଝିଅ । ପୂର୍ବରୁ ନିଜର ଦୁଇ ସନ୍ତାନଙ୍କୁ ସେମାନେ ନିଜ ସଂପର୍କୀୟଙ୍କୁ ଦେଇଦେଇଥିଲେ । ଏବେ ୮ ଦିନର ଛୁଆକୁ ଏହି ଦଂପତି ବିକି ଦେଇଥିବା ପଡ଼ୋଶୀ ଅଭିଯୋଗ କରିଥିଲେ।