ଯାଜପୁର ଚିତାଳୋ କଲେଜ ଛାତ୍ରୀଙ୍କ ଭିନ୍ନ ପ୍ରୟାସ, ସୀମାରେ ନିୟୋଜିତ ଯବାନଙ୍କୁ ପଠାଇଲେ ରାକ୍ଷୀ

ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିକୂଳ ପରିସ୍ଥିତିରେ ସୀମାରେ ରହି ଦେଶକୁ ସୁରକ୍ଷା ପ୍ରଦାନ କରୁଛନ୍ତି ଆମ ବୀର ଯବାନ। କର୍ତ୍ତବ୍ୟ ପାଇଁ ସେମାନେ ବିଭିନ୍ନ ପର୍ବପର୍ବାଣୀରେ ସାମିଲ ହୋଇ ପାରନ୍ତିନି। ସେମାନଙ୍କ ଅବଦାନକୁ ମନେ ପକାଇ, ଯବାନମାନଙ୍କୁ ରାକ୍ଷୀ ପଠାଇଛନ୍ତି ଯାଜପୁର ଜିଲ୍ଲା ଚିତାଳୋ କଲେଜର ଛାତ୍ରୀ।

ଦେଶର ସୁରକ୍ଷା ସୀମାରେ ଠିଆ ହୋଇଥିବା ଯବାନଙ୍କ ପାଇଁ ରାକ୍ଷୀ ପଠାଉଛନ୍ତି ଛାତ୍ରୀ। ଘରଠାରୁ ବହୁ ଦୂରରେ ସୀମାରେ କର୍ତ୍ତବ୍ୟରତ ଯବାନଙ୍କ ଅବଦାନକୁ ମନେ ପକାଇ ଭିନ୍ନ ପ୍ରୟାସ କରିଛନ୍ତି ଯାଜପୁର ଚିତାଳୋ କଲେଜ ଛାତ୍ରୀ। ଏଥର ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୧୫ରେ ରହିଛି। ସ୍ୱାଧୀନତା ଦିବସରେ ରକ୍ଷା ବନ୍ଧନର ପର୍ବ। ଛାତ୍ରୀମାନେ ନିଜ ପସନ୍ଦର ରାକ୍ଷୀ କିଣି ସେନା କାର୍ଯ୍ୟାଳୟକୁ ପଠାଉଛନ୍ତି।