ଆଜିଠୁ ସିଭିଲ ସର୍ଭିସ ମେନ୍‌ ପରୀକ୍ଷା, ରାଜ୍ୟରେ ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୪ହଜାର ୭୫୪ ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ଆରମ୍ଭ ହୋଇଛି ଓଡ଼ିଶା ପ୍ରଶାସନିକ ସେବା ୨୦୨୦ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା। ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ୨ଟି ସିଟିଂରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ଯାଏ ଓ ୨ୟ ସିଟିଂ ଦିନ ୨ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏ ଚାଲିବ ।

ଫେବ୍ରୁଆରୀ ୮ ଯାଏ ଚାଲିବ ପରୀକ୍ଷା । ଓଡିଶା ସିଭିଲ ସିର୍ଭିସ ୨୦୨୦ ମୁଖ୍ୟ ପରୀକ୍ଷା ପାଇଁ ଓପିଏସସି ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିଛି । ପରୀକ୍ଷାରେ N-95 ମାସ୍କ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ପରୀକ୍ଷାର୍ଥୀ ହଲ ଭିତରକୁ ପ୍ରବେଶ ଅନୁମତି ନାହିଁ । ପରୀକ୍ଷାର୍ଥୀ ସାଙ୍ଗରେ ସାନିଟାଇଜର ନେଇ ଯିବେ । କୋଭିଡ ୧୯ର ସମସ୍ତ ଗାଇଡଲାଇନ୍‌ ପାଳନ କରିବେ ପରୀକ୍ଷାର୍ଥୀ । ହଲ୍‌ ଭିତରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । କୋଭିଡ ଲକ୍ଷଣ ଜଣାପଡିଲେ ତୁରନ୍ତ ଇନଭିଜିଲେଟରଙ୍କୁ ଜଣାଇବେ । ଏଭଳି ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଓପିଏସସି । ପରୀକ୍ଷାର ସୁପରିଚାଳନା ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଓପିଏସସି ପକ୍ଷରୁ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରି ତଦାରଖ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.