କୂଅ ପାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼, ୩ ଅଟକ

କୂଅ ପାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ବୋମା ମାଡ଼ । ପୁରୀ ଜିଲ୍ଲା ପିପିଲି ଠାକୁରାଣୀ ଦୁଲାଦେଇଙ୍କ କୂଅରୁ ପାଣି କାଢ଼ିବାକୁ ନେଇ ଏହି ବିବାଦ ଉପୁଜିଛି । ଡେଲାଙ୍ଗ ଥାନା ଟାଙ୍ଗୀ ଭଁସର ଗାଁରେ ଏହି ଘଟଣା ଘଟିଛି ।

ପିପିଲି (କେନ୍ୟୁଜ): କୂଅ ପାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ବୋମା ମାଡ଼ । ପୁରୀ ଜିଲ୍ଲା ପିପିଲି ଠାକୁରାଣୀ ଦୁଲାଦେଇଙ୍କ କୂଅରୁ ପାଣି କାଢ଼ିବାକୁ ନେଇ ଏହି ବିବାଦ ଉପୁଜିଛି । ଡେଲାଙ୍ଗ ଥାନା ଟାଙ୍ଗୀ ଭଁସର ଗାଁରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଗଣ୍ଡଗୋଳ ପରେ ବୋମା ମାଡ଼ ମଧ୍ୟ ହୋଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଡେଲାଙ୍ଗ ପୋଲିସ ଜଗି ରହିଛି । ଡେଲାଙ୍ଗ ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.