ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ମୃତ ଯୁବକଙ୍କ ବାପାଙ୍କୁ ହେପାଜତକୁ ନେଲା ପୋଲିସ । ହଠାତ୍ ଦୀନେଶଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଯୋଡ଼ା ଟିସ୍କୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀନେଶଙ୍କର ମୃତ୍ୟୁ କିଭଳି ହେଲା, ତାହା ସନ୍ଦେହ ଘେରରେ ରହିଥିବା ବେଳେ ଆଜି ମୃତଦେହର ବ୍ୟବଚ୍ଛେଦ କରାଯିବ ।

ଆନନ୍ଦପୁର (କେନ୍ୟୁଜ): ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ମୃତ ଯୁବକଙ୍କ ବାପାଙ୍କୁ ହେପାଜତକୁ ନେଲା ପୋଲିସ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିରିକଳା ଗାଁର ଦୀନେଶ ନାୟକଙ୍କୁ ଏକ ଅଭିଯୋଗରେ ଉଠାଇ ଆଣିଥିଲା ପୋଲିସ । ହଠାତ୍ ଦୀନେଶଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଯୋଡ଼ା ଟିସ୍କୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀନେଶଙ୍କର ମୃତ୍ୟୁ କିଭଳି ହେଲା, ତାହା ସନ୍ଦେହ ଘେରରେ ରହିଥିବା ବେଳେ ଆଜି ମୃତଦେହର ବ୍ୟବଚ୍ଛେଦ କରାଯିବ ।

ଅନ୍ୟପଟେ ଘଟଣାକୁ ନେଇ କୌଣସି ଉତ୍ତେଜନା ପରିସ୍ଥିତି ଯେମିତି ନଉପୁଜେ ସେଥିପାଇଁ ଯୋଡ଼ା ଥାନା ଓ ଟିସ୍କୋ ଡାକ୍ତରଖାନାରେ ପୋଲିସ ମୁତୟନ କରାଯାଇଥିଲା । ଏପଟେ ଦୀନେଶଙ୍କ ପରିବାର ଉପରେ ମଧ୍ୟ ପୋଲିସ ନଜର ରଖିଛି । ତେବେ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.