ନିଶା ଦେଇ କଲେଜ ଛାତ୍ରୀଙ୍କୁ ଉଠାଇ ନେଲେ, ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ପରିବାର

ସାଲେପୁର (କେନ୍ୟୁଜ): ଆବର୍ଜନା ଗୃହରୁ ଅଚେତ ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର ଘଟଣାରେ ଥାନାରେ ଏତଲା । ସାଲେପୁର ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ମାମୁ । ଗତକାଲି ଛାତ୍ରୀ ଜଣକ ଅପହରଣ ହୋଇଥିଲେ । ଛାତ୍ରୀଙ୍କ କହିବାନୁଯାୟୀ, କଲେଜ ସରିବା ପରେ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ । ପ୍ରଥମେ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଡାକିଥିଲେ । ସେ ନଶୁଣିବାରୁ ଅେଉ ଜଣେ କଲେଜ ଡ୍ରେସ ପିନ୍ଧା ଝିଅ ଆସି ତାଙ୍କୁ ଡାକିଥିଲେ ।

କିଛି ବାଟ ଗଲା ପରେ ତାଙ୍କୁ ଅଚେତ କରାଇଦେଇଥିଲେ । ପରେ ଏକ କାର୍‌ ଭିତରେ ଚେତା ଆସିଥିଲା । ଚେତା ଆସିବା ପରେ ପୁଣି ତାଙ୍କୁ ଚେତାଶୂନ୍ୟ କରାଇଦେଇଥିଲେ । ତେବେ କଣ ପାଇଁ ତାଙ୍କୁ ଅପହରଣ କରାଯାଇଥିଲା ସେ ଜାଣିନାହାନ୍ତି ବୋଲି କହିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.