ଢେଙ୍କାନାଳ: ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୬ ଫୁଟର ବନ୍ୟାପାଣି
ଢେଙ୍କାନାଳ(କେନ୍ଯୁଜ୍):ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ। ରାମିଆଳ ଓ ତାର ଉପନଦୀରେ ବନ୍ୟା। ନଦୀରେ ଜଳସ୍ତର ବଢି ପାଣି ମାଡିଯିବାରୁ ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜୟପୁର, ମାଲପୁରା ଓ ଦଧିସିଂଗା ଗାଁ ଲୋକ ଦଳବନ୍ଦୀ ହୋଇ ରହିଛନ୍ତି। ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୬ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ଏପଟେ ବର୍ଷା ଜଳ ନିଷ୍କାସନ ହୋଇନପାରି ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ୫୫ ନମ୍ବର ଜାତୀୟ ରାଜପଥ ମଶାଣିଆଠାରୁ ନବ ଭାରତ ଛକ ମଧ୍ୟରେ ରାସ୍ତା ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି। ସହରର ତଳି ଅଞ୍ଚଳ ମାନଙ୍କରେ ଘର ଭିତରେ ପାଣି ପଶିଯାଇଛି।ଲୋକଙ୍କ ଜିନିଷପତ୍ର ନଷ୍ଟ ହୋଇଯାଇଛି।