ଜାନୁଆରୀ ଶେଷରେ ପିକ୍‌ ଓ ମାର୍ଚ୍ଚରେ ଧରାଶାୟୀ ହେବ କରୋନା: ଆଇଆଇଟି କାନପୁର ପ୍ରାଧ୍ୟାପକ ମନୀନ୍ଦ୍ର ଅଗ୍ରଓ୍ଵାଲ

କେନ୍ୟୁଜ୍(ବ୍ୟୁରୋ):  ମାର୍ଚ୍ଚରେ ଧରାଶାୟୀ ହେବ କରୋନା । ସରିଯିବ ତୃତୀୟ ଲହର । ଭବିଷ୍ୟବାଣୀ କରିଛନ୍ତି ଆଇଆଇଟି କାନପୁର ପ୍ରାଧ୍ୟାପକ ମନୀନ୍ଦ୍ର ଅଗ୍ରଓ୍ଵାଲ । ଭାରତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ତୃତୀୟ ଲହର । ପ୍ରାଧ୍ୟାପକ ଅଗ୍ରଓ୍ଵାଲଙ୍କ ସୂତ୍ର ମଡେଲ କହୁଛି, ଜାନୁଆରୀ ଶେଷ ବେଳକୁ ପିକ୍‌ ଛୁଇଁବ । ସେତେବେଳେ ଦୈନିକ ସଂକ୍ରମଣ ୪ ରୁ ୮ଲକ୍ଷ ହୋଇପାରେ । ତେବେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଶୀଘ୍ର ଆସିପାରେ ପିକ୍‌ । ସଂକ୍ରମଣ ଯେମିତି ବଢ଼ୁଛି ସେମିତି ଖସିବ । ମାର୍ଚ୍ଚ ମଧ୍ୟଭାଗ ଆଡ଼କୁ ଥାର୍ଡ େଓ୍ଵଭ ଶେଷ ହୋଇଯିବ ବୋଲି କହିଛନ୍ତି ମନୀନ୍ଦ୍ର ଅଗ୍ରଓ୍ଵାଲ । ସମାନ ଆକଳନ କରିଛନ୍ତି ଆଇସିଏମ୍‌ଆର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ସମୀରନ୍‌ ପଣ୍ଡା । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ପ୍ରଭାବ କମ୍‌ ରହିବ ବୋଲି କହିଛନ୍ତି ଡାକ୍ତର ପଣ୍ଡା।

third wave

 ଦେଶରେ ଏବେ ଭୟଙ୍କର ଭାବେ ମାଡ଼ୁଛି କରୋନା । ୨ ଲକ୍ଷମୁହାଁ ଦୈନିକ ମାମଲା । ଗତ ୨୪ ଘଣ୍ଟାରେ ୧ଲକ୍ଷ ୭୯ହଜାର ୭୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪୬ ଜୀବନ ନେଇଛି ମହାମାରୀ । ପଜିଟିଭିଟି ହାର ୧୩.୨୯ ପ୍ରତିଶତକୁ ବଢ଼ିଛି । ତେବେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ଗୁରୁତର ହେଉନାହାନ୍ତି ସଂକ୍ରମିତ । ମୃତ୍ୟୁହାର ଓ ହସ୍ପିଟାଲାଇଜେସନ୍‌ କମ୍‌ ରହିଛି । କିନ୍ତୁ କୌଣସି ସମୟରେ ସ୍ଥିତି ବଦଳିପାରେ । ସତର୍କ କରାଇଲା କେନ୍ଦ୍ର। ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସବୁ ଦିନର ସ୍ଥିତି ସମୀକ୍ଷା କରିବାକୁ କହିଛନ୍ତି । ପ୍ରତିଦିନ କେତେ କରୋନା ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି ? କେତେ ରହୁଛି ଆକ୍ସିଭ୍‌ କେସ୍‌ ? କେତେ ରୋଗୀ ଅକ୍ସିଜେନ୍‌ ଆବଶ୍ୟକ କରୁଛନ୍ତି ? ପୂର୍ବ ଲହରରେ ୨୦ ରୁ ୨୩ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ। ଏବେ ୫ରୁ ୧୦ ପ୍ରତିଶତ ରୋଗୀଙ୍କୁ ହସ୍ପିଟାଲ ବେଡ୍‌ ଆବଶ୍ୟକ ହେଉଛି । ଯେ କୌଣସି ମୁହୂର୍ତ୍ତରେ ସ୍ଥିତି ବଦଳିପାରେ । ତେଣୁ ସବୁ ଘରୋଇ ଚିକିତ୍ସାଳୟରେ ବେଡ୍‌ ସଂରକ୍ଷିତ ରଖିବା ପାଇଁ ଲେଖିଛନ୍ତି ରାଜେଶ ଭୂଷଣ। ସେହିଭଳି ଘରୋଇ ହସ୍ପିଟାଲ ଗୁଡ଼ିକ ଯେପରି ଅଧିକ ଚିକିତ୍ସା ଖର୍ଚ୍ଚ ନନିଅନ୍ତି ତା ଉପରେ ନଜର ଦେବାକୁ ଗୁରୁତ୍ୱ ଦେଇଛନ୍ତି ।

 ଭାତରେ ଦ୍ରୁତ ଗତିରେ ଡେଲ୍‌ଟାକୁ ହଟାଉଛି ଓମିକ୍ରନ୍‌ । ପୁନେରେ ଜିନୋମ ସିକୁଏନସିଂ କ୍ଷେତ୍ରରେ କାମ କରୁଥିବା ବୈଜ୍ଞାନିକ କହିଛନ୍ତି, ମୂଳ ଓମିକ୍ରନ୍‌ B.11.529 ଓ ଏହାର ପ୍ରଜାତି BA.1 ଦ୍ରୁତ ଗତିରେ ଡେଲ୍‌ଟାକୁ ହଟାଇ ପ୍ରଭାବ ବିସ୍ତାର କରୁଛି । ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ସଂକ୍ରମଣ ବ୍ୟାପିବା ପଛରେ ରହିଛି ଓମିକ୍ରନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.