ଏହି ବର୍ଷ ପୃଥିବୀ ଉପରେ ଏଲିଏନ କରିବେ ଆକ୍ରମଣ, ଘଟିବ ଅନେକ କିଛି ଘଟଣା

ବିଗତ ଦୁଇବର୍ଷ ହେବ ଆମେ ମହାମାରୀ କରୋନାର ସାମ୍ନା କରିବା ସହିତ ପ୍ରାକୃତିକ ବିପର୍ଯୟର ମଧ୍ୟ ସାମ୍ନା କରିଛୁ । ପୁଣି ଏବେ ମଧ୍ୟ କୋଭିଡ ମହାମାରୀ ସମସ୍ତଙ୍କ ଉପରେ ଦାଉ ସାଧୁଛି । ଆମ ଆଖି ସାମ୍ନାରେ ଘଟିଯାଉଛି ଅନେକ ଅଘଟଣ । ପୁଣି ୨୦୨୨ ମସିହା ବିଷୟରେ ମଧ୍ୟ ଅନେକ ପ୍ରକାର ଭବିଷ୍ୟତବାଣୀ ଶୁଣିବାକୁ ମଳୁଛି । ଯାହାକି ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଏହି ସବୁ ଘଟଣା ବିଷୟରେ । ପୁଣି ବର୍ତ୍ତମାନ ଆଗକୁ ଏଲିଏନ ଆଟାକ କରିବା ନେଇ ମଧ୍ୟ ଅନେକ ଖବର ଆପଣ ଶୁଣିଥିବେ । ତେବେ ଏହାକୁ ନେଇ କ’ଣ ରହିଛି ଭବିଷ୍ୟତବାଣୀ ଆସନ୍ତୁ ଜାଣିବା ।

 

alien
Picture Credit – Wiki

ତେବେ ୨୦୨୨କୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର ଭବିଷ୍ୟତବାଣୀ କରୁଛନ୍ତି , ଏମିତିକି କିଛି ଦିନ ପୂର୍ବରୁ ଦୁନିଆର ପ୍ରସିଦ୍ଧ ଭବିଷ୍ୟବାଣୀ ଦେଇଥିବା ବାବା ନାଷ୍ଟ୍ରାଡାମସ୍ ଏବଂ ବାବା ଭେଙ୍ଗା ମଧ୍ୟ ଭୟଙ୍କର ଭବିଷ୍ୟତ ବାଣୀ ଦେଇଛନ୍ତି । ପୁଣି ଆମେ ଆପଣଙ୍କୁ ଏହା ପୂର୍ବରୁ ଯେଉଁ ଟାଇମଟ୍ରାଭେଲର ଏବଂ ସେ ଦେଇଥିବା ଭବିଷ୍ୟତବାଣୀ ବିଷୟରେ କହିଥିଲୁ ବର୍ତ୍ତମାନ ମଧ୍ୟ ଚଳିତ ବର୍ଷ ବିଷୟରେ ସେ ଅନେକ ଅଜବ ଅଜବ କଥା କହିଛନ୍ତି ।
ଦୁନିଆର ପ୍ରସିଦ୍ଧ ଭବିଷ୍ୟତବାଣୀ ନୋଷ୍ଟ୍ରାଡାମସ୍ ଏବଂ ବାବା ଭେଙ୍ଗା ଭୟଭୀତ ଭବିଷ୍ୟବାଣୀ ଦେଇଛନ୍ତି।

ALIEN
Picture Credit – WIKI

ଟାଇମଟ୍ରାଭେଲର କହିଛନ୍ତି ଯେ ୨୦୨୨ ମସିହାରେ ଏଲିଏନଙ୍କ ସହିତ ମଣିଷର ଯୁଦ୍ଧ ହୋଇପାରେ । @aesthetictimewarper ନାମକ ଜଣେ ଟାଇମ୍‌ ଟ୍ରାଭେଲର କହିଛନ୍ତି ଯେ ଆସନ୍ତା ମାନ ଫେବୃଆରୀ ୨ ରେ ଆଟଲାଣ୍ଟିକ୍ ସହର ଆବିଷ୍କୃତ ହେବ । ସମୁଦ୍ରରେ ବୁଡ଼ି ରହିଥିବା ପୌରାଣିକ ସହର ଆଟଲାଣ୍ଟିସ୍ ସହର ପୁଣି ଥରେ ଭୁପୃଷ୍ଠକୁ ଆସିବ । ଏହା ସହ ଏଠାରେ ଥିବା ଅନେକ ଅଜବ ଅଜବ ଜନ୍ତୁ ମଧ୍ୟ ଆସିବେ ପୁଣି ଏମିତି ଏକ ଭୟଙ୍କର ମାଛ ଆସିବ ଯିଏକି ଦେଖିବାକୁ ମଣିଷପରି ଓ ସେ ମଣିଷଙ୍କ ଉପରେ ଆକ୍ରମଣ କରିବ । ଭବିଷ୍ୟ ବାଣୀ ଏହା ମଧ୍ୟ ହୋଇଛି ଯେ ସାରା ପୃଥିବୀରେ ଅନ୍ଧକାର ଛାଇଯିବ ଓ ଏହା ସହିତ ଇଜିପ୍ଟର ପିରାମିଡ୍ ସବୁ ଆକାଶରେ ଉଡ଼ିବ । ଏହା ବ୍ୟତୀତ ଏକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଜଗତର ସାମ୍ନାକୁ ଆସିବ ବୋଲି କୁହାଯାଏ ।

 

ପୁଣି ଆଉଜଣେ ଫ୍ୟୁଚର ଟାଇମଟ୍ରାଭେଲର ନାମକ ବ୍ୟକ୍ତି ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୨ ମସିହାରେ ପୃଥିବୀରେ ଅନେକ ବିପର୍ଯ୍ୟୟ ଘଟିବ । ଏଲିଏନମାନେ ତ ପୃଥିବୀକୁ ଆସିବେ ମେ ମାସରେ । ପୁଣି ଏମିତି ଏକ ରାକ୍ଷସ ଆସିବ ଯେ ତାର ଲମ୍ବ ସାତ ଫୁଟ ହେବ ଏବଂ ତାର ରଙ୍ଗ ବାଦାମୀ ରଙ୍ଗର ହେବ । ୨୦୨୨ ମସିହାରେ ଅନେକ ଆଗ୍ନେୟଗିରି ବିସ୍ଫୋରଣ ହେବ। ବୁଲଗେରିଆର ଭବିଷ୍ୟତବକ୍ତା ବାବା ଭେଙ୍ଗା ମଧ୍ୟ ଏକ ଭୟଙ୍କର ଭବିଷ୍ୟବାଣୀ କରିଥିଲେ। ସେ କହିଛନ୍ତି ଯେ ୨୦୨୨ରେ କରୋନା ଭାଇରସଠାରୁ ମଧ୍ୟ ଆହୁରି ମାରାତ୍ମକ ଓ ଖତରନାକ ଜୀବାଣୁ ମଧ୍ୟ ଆସିବ । ଲୋକେ ଅଧିକ ମାତ୍ରାରେ ସଂକ୍ରମଣର ଶିକାର ହେବେ । ପୁଣି ଖାସ କରି ଭାରତରେ ଅନାହାର ଦେଖାଯିବ ।

ନୋଷ୍ଟ୍ରାଡାମସ୍ ଭବିଷ୍ୟବାଣୀ ମଧ୍ୟ ଭୟଙ୍କର ଅଟେ । ସେ କହିଛନ୍ତି ଯେ ୨୦୨୨ ମସିହାରେ ପରମାଣୁ ବୋମା ବିସ୍ଫୋରଣ ହେବ, ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ ଘଟିବ। ଏହା ବ୍ୟତୀତ ପୃଥିବୀର ସ୍ଥିତିରେ ବଡ ପରିବର୍ତ୍ତନ ଆସିପାରେ । ଯାହା ପାଇଁ ଅନେକ ଲୋକ ଅସୁବିଧାର ସାମ୍ନା କରିବେ । ୨୦୨୨ ମସିହାରେ ଅନେକ କିଛି ଘଟିବାର ଅଛି ପ୍ରାକୃତିକ ବିପର୍ଯୟ ଓ ତା ସାଙ୍ଗକୁ କରୋନା ଭାଇରସର ତାଣ୍ଡବ । ତେଣୁ ବର୍ତ୍ତମାନ ନିଜେ ଯେତେ ସତର୍କତା ଅବଲମ୍ବନ କରିପାରିବେ ହୁଏତ ଆଗାମୀ ଭବିଷ୍ୟତରେ କିଛି ଅସୁବିଧା ନ ହୋଇପାରେ । ତେବେ  ଏସବୁ କଥା କହି ଆପଣଙ୍କୁ ଡରାଇବା ଆମର କୌଣସି ଉଦ୍ଦେଶ୍ୟ ନୁହେଁ । ଭବିଷ୍ୟତବାଣୀ ଦେଇଥିବା ଟାଇମଟ୍ରାଭେଲର ଓ ଜ୍ୟୋତିର୍ବିଜ୍ଞାନୀ କେତେ ସତ କହୁଛନ୍ତି ତାହା ସମୟ ଆସିଲେ ହିଁ ଜଣା ପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.