Below header

ଅଧା ରହିଗଲା ପ୍ରେମ କାହାଣୀ: ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ସମ୍ବଲପୁର(କେନ୍ୟୁଜ): ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ। ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଟ୍ରେନ୍‌ରେ କଟି ପ୍ରେମୀଯୁଗଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁର୍ଲା ଆ.କଟାପାଲି ନିକଟ ରେଲୱେ ଓଭରବ୍ରିଜ୍‌ ତଳେ ପଡିଛି ପ୍ରେମୀଯୁଗଳଙ୍କ ମୃତଦେହ।

ମୃତକଙ୍କ ପରିଚୟ ମିଳିନାହିଁ। ମୃତଦେହ ନିକଟରେ ଗୋଟିଏ ହେଲ୍‌ମେଟ୍‌ , ବିସ୍କୁଟ୍‌ ଓ ଏକ ଡାଏରୀ ରଖାଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଜିଆର୍‌ପି ଓ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.