ଭୁବନେଶ୍ୱର ତୋଷାଳୀ ଭବନ ଆଗରେ ଥିବା ଓମଫେଡ ବୁଥରୁ ଆପଣ ଯାଇଛନ୍ତି କି? ଯଦି ହଁ ତାହାହେଲେ ୧୪ ଦିନ ରୁହନ୍ତୁ କ୍ୱାରେଣ୍ଟାଇନରେ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଭୁବନେଶ୍ୱର ତୋଷାଳୀ ଭବନ ଆଗରେ ଥିବା ଓମଫେଡ ବୁଥରୁ ଆପଣ ଚା ପିଇଛନ୍ତି କି ? କିମ୍ବା ବୁଥକୁ ଯାଇଛନ୍ତି କି ? ଯଦି ହଁ ତାହାହେଲେ ୧୪ ଦିନ କ୍ୱାରେଣ୍ଟାଇନରେ ରୁହନ୍ତୁ। ନଚେତ ଆପଣଙ୍କ ଠାରୁ ଆପଣଙ୍କ ପରିବାରକୁ କରୋନା ବ୍ୟାପିବାର ସମ୍ଭାବନା ରହିଛି। ସମ୍ପୃକ୍ତ ଓମଫେଡ଼ ବୁଥକୁ ଯାଇଥିବା କୌଣସି ବ୍ୟକ୍ତିଙ୍କର ଯଦି କୋଭିଡ-୧୯ ସମ୍ପର୍କିତ ଲକ୍ଷଣ ଦେଖାଯାଉଛି ତାହାହେଲେ ତୁରନ୍ତ ୧୦୪ ହେଲପଲାଇନକୁ ଯୋଗାଯୋଗ କରନ୍ତୁ। କାରଣ ଜଣେ କୋଭିଡ ଭୂତାଣୁ ସଂକ୍ରମିତ ବ୍ୟକ୍ତି ସେହି ଓମଫେଡ଼ ବୁଥକୁ ଲଗାତର ଯାଇଛନ୍ତି। ଯାହାକୁ ଦୃଷ୍ଟିରେ ବିଏମସି ତରଫରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖବର ଜଣା ପଡ଼ିବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରି ରଖାଯିବା ସହ ବିଶୋଧନ କରାଯାଉଛି। ତେବେ ଆଜି BMC ପକ୍ଷରୁ ତୋଷାଳୀ ଭବନ ଆଗରେ ଥିବା ଏହି ସାଇ ଓମଫେଡ ପାର୍ଲରକୁ ସିଲ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.