Below header

କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକ ଆହତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ହୃଷିକେଶ ମଲ୍ଲିକ ଆହତ ହୋଇଛି । ଗରାପୁର ଏସ୍‌ପିଙ୍କ ବାସଭବନ ନିକଟରେ ଏନ୍‌କାଉଣ୍ଟର କରାଯାଇଛି । ଆଳି ଜୁଆଣିଆ ଗାଁ ନବଘନ ପରିଡ଼ାଙ୍କ ଘରେ ଡକାୟତି କରି ଫେରୁଥିବା ବେଳେ ପୋଲିସ ଖବର ପାଇ କଟକ ଚାନ୍ଦବାଲି ରାସ୍ତାର ଗରାପୁର ନିକଟରେ ଧରିବାକୁ ଚେଷ୍ଟା କରିଥିଲା । ପୋଲିସକୁ ଦେଖି ହୃଷିକେଶ ଓ ତାର ସହଯୋଗୀ ଗୁଳିମାଡ଼ କରିଥିଲେ । ପୋଲିସର ପାଲଟା ଗୁଳିରେ ହୃଷିକେଶର ବାମ ଗୋଡରେ ଗୁଳି ବାଜିଥିଲା । ହେଲେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ସହଯୋଗୀ ଫେରାର୍‌ ହୋଇଯାଇଛନ୍ତି । ପୋଲିସ କାର, ଦେଶୀ ବନ୍ଧୁକ, ତିନିଟି ଭୁଜାଲି ଆଦି ଜବତ କରିଛି । ଆହତ ହୃଷିକେଶକୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.