ଭଦ୍ରକ: ତିହିଡି ମହରମପୁର ପଞ୍ଚାୟତ ସାଠିବାଟି ଗ୍ରାମରେ କୁମ୍ଭୀର ଆତଙ୍କ, ନାକେଦମ ହେଲାଣି ବନବିଭାଗ

ଚାନ୍ଦବାଲି(କେନ୍ୟୁଜ୍): ତିହିଡି ବ୍ଲକ ମହରମପୁର ପଞ୍ଚାୟତ ସାଠିବାଟି ଗ୍ରାମରେ କୁମ୍ଭୀର ଆତଙ୍କ।  ଗାଁ ପୋଖରୀରେ ପଶିଛି କୁମ୍ଭୀର। ବନବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। କୁମ୍ଭୀର ଧରିବାକୁ ନାକେଦମ ହେଲାଣି ବନବିଭାଗ। ପାଖାପାଖି 6ଘଣ୍ଟା ହେଲାଣି ବନବିଭାଗ କୁମ୍ଭୀରକୁ ଧରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ କୁମ୍ଭୀର ଧରପଡ଼ିନି।

ସୂଚନା ମୁତାବକ ତିହିଡି ବ୍ଲକ ସାଠିବାଟି ଗ୍ରାମରେ ଏକ ପୋଖରୀରେ କୁମ୍ଭୀର ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଥାନା.ବନବିଭାଗ ଓ ଅଗ୍ନିଶମ ବିଭାଗକୁ ଅବଗତ କରାଯିବା ପରେ ଅଜି ସକାଳୁ ବନ ବିଭାଗ କର୍ମଚାରୀମାନେ ଉକ୍ତ ପୋଖରୀ ନିକଟରେ ପହଞ୍ଚି ଅନୁଧ୍ଯାନ କରିବା ପରେ କୁମ୍ଭୀର ଥିବା ସ୍ପଷ୍ଟ ହୋଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ୨ ଟି ଓ ଅନ୍ଯ ୨ଟି ପମ୍ପସେଟ ଲଗାଇ ପୋଖରୀରୁ ପାଣି ଶୁଖା କାର୍ଯ୍ୟ ଜାରି ରହିଛି। ପାଣି କମିବା ପରେ  କୁମ୍ଭୀରକୁ ଉଦ୍ଧାର କରାଯିବ ବୋଲି ଜଣାଯାଇଛି। ଏହି କୁମ୍ଭୀର ଦେଖିବା ପାଇ୍ଁ ହଜାର ହଜାର ଲୋକଙ୍କ ଭିଡ ଜମିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.