ଚିନ୍ତାରେ ବରଗଡ଼ କପା ଚାଷୀ, ସରକାରଙ୍କ ସହାୟତାକୁ ଅପେକ୍ଷା

ବରଗଡ଼(କେନ୍ୟୁଜ୍) : ସମସ୍ତଙ୍କ ଭୋକ ମେଣ୍ଟାଉଛି ଚାଷୀ, ହେଲେ ଚାଷୀର ଦୁଃଖ ବୁଝିବାକୁ ଗୁହାରୀ କରିବାକୁ ପଡୁଛି ଚାଷୀଙ୍କୁ । ଖରା, ବର୍ଷା, ଶୀତ ସହି ସାଧାରଣ ଲୋକଙ୍କ ପେଟ ପାଇଁ ଦିନ ରାତି ଖଟିଥାନ୍ତି ଏହି ଚାଷୀ ପୁଅ । ହେଲେ ଫସଲ କ୍ଷତି ଯେ ସେମାନଙ୍କ ପକ୍ଷେ କେତେ ଯେ କଷ୍ଟ ଏବଂ ପରିବାର ପ୍ରତିପୋଷଣ ପାଇଁ କେତେ ବଡ ବାଧକ ତାହା ସେହି ଚାଷୀ ହିଁ କହିପାରିବ ।

faଏମିତି ଏକ ଛବି ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲାରୁ । ଯେଉଁଠି ଚିନ୍ତାରେ ପଡିଯାଇଛନ୍ତି କପା ଚାଷୀ । ଚଳିତବର୍ଷ ସ୍ୱଳ୍ପ ବର୍ଷା ଯୋଗୁ ଶହ ଶହ ଏକର କପା ଚାଷ ନଷ୍ଟ ହୋଇଯାଇଛି । ବରଗଡ଼ ଜିଲ୍ଲାର ଗାଇସିଲଟ, ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଳକରେ ପ୍ରାୟ ୨ହେକ୍ଟର ଜମିରେ କପା ଚାଷ କରିଥିଲେ ଚାଷୀ । ଏବେ ସେସବୁ ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଏନେଇ କପା ଚାଷୀମାନେ କୃଷି ଉପନିର୍ଦ୍ଦେଶକଙ୍କ ନିକଟରେ ଗୁହାରି କରିଛନ୍ତି । ଫସଲ ନଷ୍ଟ ହେବା ଘଟଣାକୁ ସ୍ୱୀକାର କରିବା ସହ କ୍ଷେତ ପରିଦର୍ଶନ କରିଛନ୍ତି କୃଷି ଉପନିର୍ଦ୍ଦେଶକ । ସଠିକ୍‌ ଆକଳନ କରି ସରକାରଙ୍କ ପାଖକୁ ରିପୋର୍ଟ ପଠାଯିବ ବୋଲି ସେ କହିଛନ୍ତି ।  ଫସଲ ହାନି ହୋଇଥିବା କପା ଚାଷୀଙ୍କୁ କେବେ ମିଳିବ ସାହାଯ୍ୟ ତାକୁ ହିଁ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.