ବାଣ ବିକ୍ରି ପ୍ରସଙ୍ଗରେ କଟକ ଡିସିପିଙ୍କ ପ୍ରତିକ୍ରିୟା, କହିଲେ ସରକାରୀ ନିର୍ଦ୍ଦେଶନାମାକୁ ଅପେକ୍ଷା

କଟକ: ବାଣ ବିକ୍ରି ପ୍ରସଙ୍ଗ। କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା। କହିଲେ ସରକାରୀ ନିର୍ଦ୍ଦେଶନାମାକୁ ଅପେକ୍ଷା। ବାଣ ବିକ୍ରି ପାଇଁ କଟକ କମିଶନରେଟ କାହାରିକୁ ଅନୁମତି ଦେଇ ନାହାନ୍ତି। କିଛି ବ୍ୟବସାୟୀ ଆବେଦନ ପତ୍ର ଦାଖଲ କରିଥିବା ନେଇ ଡିସିପି କହିଛନ୍ତି।

ସୂଚନା ଥାଉକି, ଗତକାଲି କୋଭିଡ୍‌ କଟକଣା ଭିତରେ କଟକରେ ବାଣ ଦୋକାନ ଖୋଲିବା ନେଇ ଖବର ସାମ୍ନାକୁ ଆସିଥିଲା । ବାଣ ଦୋକାନ ଖୋଲିବା ପାଇଁ ପୂର୍ବ ଭଳି ଲାଇସେନ୍ସ ଦିଆଯିବ ବୋଲି ଶୁଣିବାକୁ ମିଳିଥିଲା ।

You might also like