୯ ତାରିଖରେ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ବାତ୍ୟା
୯ ତାରିଖରେ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ବାତ୍ୟା । ଆଇଏମଡିର ପୂର୍ବାନୁମାନ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି । ବାତ୍ୟାର ନାଁ ରହିବ ମୋଖା । କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା । କେତେ ରହିବ ତୀବ୍ରତା । କେଉଁଠି କରିବ ଲାଣ୍ଡଫଲ୍ ।
୯ ତାରିଖରେ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ବାତ୍ୟା । ଆଇଏମଡିର ପୂର୍ବାନୁମାନ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି । ବାତ୍ୟାର ନାଁ ରହିବ ମୋଖା । କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା । କେତେ ରହିବ ତୀବ୍ରତା । କେଉଁଠି କରିବ ଲାଣ୍ଡଫଲ୍ ।
ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଓ୍ଵିଣ୍ଡି ଦୁଇଟି ମଡେଲ୍ ୧୨ ତାରିଖରେ ବାତ୍ୟା ଲାଣ୍ଡଫଲ୍ କରିବ ବୋଲି ଦର୍ଶାଉଛି । ଓ୍ଵିଣ୍ଡିର ୟୁରୋପିଆନ୍ ECMWF ମଡେଲ ଦର୍ଶାଉଛି ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।
ସେହିପରି ଆମେରିକାନ୍ GFS ମଡେଲ୍ ଦର୍ଶାଉଛି, ବାଂଲାଦେଶ ଉପକୂଳକୁ ହିଟ୍ କରିପାରେ ବାତ୍ୟା । ଅବପାତ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ । ଆଇଏମଡି ଆକଳନ କରିଛି, ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।
ଏହାର ପ୍ରଭାବରେ ୭ରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୮ରେ ଲଘୁଚାପ ଅବପାତରେ ପରିଣତ ହେବ । ୯ ତାରିଖ ବେଳକୁ ସୃଷ୍ଟି ହେବ ବାତ୍ୟା । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆକଳନ କରିନି ଭାରତୀୟ ପାଣିପାଗ ବିଭାଗ । ୭ ତାରିଖରୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।