ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ୫ରେ ନେବ ଲଘୁଚାପର ରୂପ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ। ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୫ ତାରିଖରେ ଲଘୁଚାପର ରୂପ ନେବ । ସ୍କାଏମେଟର ଆକଳନ, ଅବପାତରେ ପରିଣତରେ ହୋଇପାରେ ଲୋ ପ୍ରେସର। ତେବେ ଏହା ସାମୁଦ୍ରିକ ଝଡ଼ର ରୂପ ନେବାର କୌଣସି ସମ୍ଭାବନା ନଥିବା ସୂଚନା ଦେଇଛି ସ୍କାଏମେଟ୍‌।

ଆଣ୍ଡାମାନ ନିକୋବର ଦ୍ୱୀପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ସହ କେରଳ, କର୍ଣ୍ଣାଟକ, ତାମିଲନାଡୁ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷାର ପୂର୍ବାନୁମାନ ହୋଇଛି।