ସଂକଟରେ ଗଜରାଜ: ହାତୀ କରିଡର ନୁହେଁ ତ ମରଣ ଜନ୍ତା, ଏଠି ପ୍ରତି ପଦକ୍ଷପରେ ଝୁଲୁଛି ବିପଦପୂର୍ଣ୍ଣ ୧୧ କେଭି ବିଦ୍ୟୁତ ତାର

କଣ୍ଟାମାଳ(କେନ୍ଯୁଜ୍):  ସଂକଟରେ ଗଜରାଜ। କେତେବେଳେ ଦାନ୍ତ ପାଇଁ ତ ଆଉ କେତେବେଳେ ବିଦ୍ୟୁତ ତାର ନେଉଛି ଗୋଟିଏ ପରେ ଗୋଟିଏ ହାତୀର ଜୀବନ। ପ୍ରତିବର୍ଷ ହାତୀ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏହି ପରିପେକ୍ଷୀରେ ଏବେ ବୋୖଦ୍ଧ ଜିଲ୍ଲାର ବିଭିନ୍ନ ହାତୀ କରିଡର ଏରିଆ ପାଲଟିଛି ହାତୀଙ୍କ ମରଣ ଜନ୍ତା। କାହିଁକି ନା ଏଠି ପ୍ରତି ପଦକ୍ଷପରେ ଝୁଲୁଛି ବିପଦପୂର୍ଣ୍ଣ ୧୧ କେଭି ବିଦ୍ୟୁତ ତାର।

ବୋୖଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ,ମନମୁଣ୍ଡା,କଣ୍ଟାମାଲ ରେଞ୍ଜରେ ରହିଛି ଅନେକ ହାତୀ କରିଡର। ଯେଉଁଠାରେ କି ହାତୀପଲ ମାନେ ବର୍ଷ ତମାମ ରହିବା ସହ ଚଳପ୍ରଚଳ କରିଥାନ୍ତି। ଜଙ୍ଗଲରେ ଖାଦ୍ୟ ଅଭାବ ଓ ଜଙ୍ଗଲ ନଷ୍ଟ ଯୋଗୁ ହାତୀପଲ ସବୁବେଳେ ହାତୀମାନେ କରିଡର ଦେଇ ଅନ୍ୟ ସ୍ଥାନକୁ ଯିବା ଆସିବା କରୁଛନ୍ତି। ଧାନ ଖାଇବା ପାଇଁ ହାତୀପଲ ଜନବସତି ମୁହାଁ ହୋଇ ରାସ୍ତା କଡ଼କୁ ଚାଲିଆସୁଛନ୍ତି ।ହେଲେ ସେମାନଙ୍କୁ ଜଣା ନାହିଁ ତାଙ୍କ ପାଇଁ ପ୍ରତିଟି ସ୍ଥାନରେ ଝୁଲୁଛି ମୃତ୍ୟୁର ଖଣ୍ଡା।

elephant corrider

ମାଧପୁର ରେଞ୍ଜର ଆଡେନିଗଡ଼, କାଳୀମାଟି, ରାଣିଗଞ୍ଜ, କରଡ଼ାକୋଠା,ପୋଢ଼ହଲ ମନମୁଣ୍ଡା ରେଞ୍ଜର ସୁବର୍ଣ୍ଣ ଗିରି, ପୁଟପୁଟିଗଡ଼ ଓ କଣ୍ଟାମାଳ ରେଞ୍ଜର ପେନାଜୁର, ଲାଖପର୍ବତ ଭଳି ପ୍ରାୟ ୪୦ରୁ ଉର୍ଦ୍ଧ୍ବ କିଲୋମିଟର ହାତୀ କରିଡର ରହିଥିଲେ ବି ଏସବୁ ସ୍ଥାନମାନଙ୍କରେ ଭୂମିଠାରୁ ଚାରି ରୁ ପାଞ୍ଚ ଫୁଟ ଉଚ୍ଚତାରେ ବିଦ୍ୟୁତ ତାର ଯାଇଛି। କେଉଁଠି କେଉଁଠି ଏମିତି ହୋଇଛି ଯେ କେତେବେଳ ମଣିଷ ମୁଣ୍ଡରେ ବି ବାଜିବାର ଭୟ ରହୁଛି।କେବଳ ମାଧପୁର ରେଞ୍ଜ ନୁହେଁ କଣ୍ଟାମାଲ ରେଞ୍ଜର ବଡ଼ଛେପାପାଲି,ଦୁମାଲପାଲି,ବରଗାଁ, ନାରାୟଣ ପ୍ରସାଦ, ମନମୁଣ୍ଡା ରେଞ୍ଜର ଶଗଡା, କନପା, ମାଳତୀଗୋଛପଡା ପ୍ରଭୁତି ସ୍ଥାନରେ ଏଭଳି ଅବସ୍ଥାରେ ବିଦ୍ୟୁତ ତାର ଯାଇଥିବା ବେଳେ ପ୍ରତି ମୁହୂର୍ତ୍ତରେ ହାତୀଙ୍କ ପାଇଁ ବିପଦ ରହିଛି।

elephant

ଏପଟେ ହାତୀଙ୍କ ଜୀବନ ବିପଦରେ ରହିଥିବା ବେଳେ ଉଭୟ ଜଙ୍ଗଲ ଓ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଟିକିଏ ହେଲେ ବି ଦାୟିତ୍ବବୋଧ ଜଣାପଡୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ଦୃଶ୍ୟ ହେଉଛି ହାତୀ କରିଡର ମାନଙ୍କର। କେଉଁଠାର ଚାରିଫୁଟ ତ କେଉଁଠାରେ ପାଞ୍ଚ ଫୁଟ ଉଚ୍ଚତାରେ ଝୁଲି ରହିଛି ବିଦ୍ୟୁତ ତାର। ଆଉ ଏସବୁ ସ୍ଥାନ ହିଁ ହାତୀ ମାନଙ୍କର ଚଲାପଥ।୧ ୧କେଭି ବିଦ୍ୟୁତ ତାର ଯିବାକୁ ହେଲେ ଭୂମିଠାରୁ ଦଶ ମିଟର ଉଚ୍ଚତାରେ ରହିଥାଏ। ହେଲେ ଦୀର୍ଘ ବର୍ଷ ଧରି ଏହାର ମରାମତି କାମ ହେଉନଥିବାରୁ ବିଦ୍ୟୁତ ତାର ଓହଳି ରହୁଛି।

ବିଗତ ଦିନରେ ବୋୖଦ୍ଧ ଜିଲ୍ଲାରେ ମଧ୍ୟ ହାତୀ ମୃତ୍ୟୁ ହୋଇଥିଲା ୧୧ କେଭି ବିଦ୍ୟୁତ ତାର ଲାଗି ଦୁଇଟି ହାତୀଙ୍କ ଜୀବନ ଯାଇଛି। ହେଲେ ବି ବନ ବିଭାଗ କି ବିଦ୍ୟୁତ ବିଭାଗ ସଚେତନ ହୋଇ ନାହିଁ। ଏ ସମ୍ପର୍କରେ ବୋୖଦ୍ଧ ବନ ବିଭାଗ ACFଙ୍କୁ ପଚରିବାରୁ ଯେଉଁ ସ୍ଥାନରେ କମ ଉଚ୍ଚତା ରେ ତାର ଯାଇଛ ସେଥିପାଇଁ ସେ ବିଦ୍ୟୁତ ବିଭାଗକୁ ଜଣାଇଥିବା କହିଛନ୍ତି । ଏପଟେ ବିଦ୍ୟୁତ ବିଭାଗ ନିର୍ଵାହି ଯନ୍ତ୍ରୀଙ୍କୁ ପଚରିବାରୁ ସେସବୁ ସ୍ଥାନ ଚିହ୍ନଟ ସରିଛି, ଖୁବଶୀଘ୍ର ସର୍କିଟ ବ୍ରେକର ଲଗାଯିବା ସହ କେବୁଲ ଲଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ବେଳ ଥାଉ ଥାଉ ଉଭୟ ବନ ଓ ବିଦ୍ୟୁତ ବିଭାଗ ସାବଧାନ ନ ହେଲେ ଆଗକୁ କେତେବେଳ ଯେ ବିପଦ ଦେଖାଦେବ ଓ ବିଦ୍ୟୁତ ସଂସ୍ପର୍ଶରେ ଆସି କେତେ ଯେ ହାତୀ ମୃତ୍ୟୁବରଣ କରିବେ ତାହାକୁ ଏଡାଇ ଦିଆଯାଇପାରିବନି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.