ଘୋଷଣା ହେଲା ୨୦୨୧ ମସିହା B.Ed ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ କରିବାର ତାରିଖ

ଭୁବନେଶ୍ୱର(କେନ୍ୟୁଜ୍‌) : ୨୦୨୧ ମସିହା ପାଇଁ B.Ed ଓ B.H.Ed ରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷାର ଅନ୍‌ଲାଇନ୍‌ ଆବେଦନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ମଙ୍ଗଳବାର ତାରିଖ ଘୋଷଣା କରିଛି । ଅଗଷ୍ଟ ୨୦ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ଭିତରେ B.Ed ଓ B.H.Ed ର ନାମ ଲେଖା ପାଇଁ ଅନ୍‌ଲାଇନ୍‌ ଫର୍ମ ପୂରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଅନ୍‌ଲାଇନ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ଅକ୍ଟୋବର ୭ ରୁ ୯ ତାରିଖ ମଧ୍ୟରେ କରାଯିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷାରେ ମନୋନୀତ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ନାମ ଲେଖାଇବାର ସୁବିଧା ପାଇବେ ।

ଅଧିକ ଜାଣିବା ପାଇଁ ଛାତ୍ରାଛାତ୍ରୀ ଟୋଲ ଫ୍ରି ନମ୍ବର 155335/ 1800-345-6770 କିମ୍ବା େଓ୍ଵବସାଇଟ (www.dheodisha.gov.in / www.samsodisha.gov.in) ଲଗ୍‌ ଇନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.