ପଜେସନ ଗ୍ୟାଙ୍ଗ୍‌କୁ ଡିସିପିଙ୍କ ଚେତାବନୀ, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି। ଭୁବନେଶ୍ୱରରେ କେତେକ ଗ୍ରୁପ ସଂଗଠିତ ଭାବେ ଜମିକୁ କବ୍‌ଜା କରୁଥିବା ଘଟଣା ନଜରକୁ ଆସିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ନୟାପଲ୍ଲୀରେ ବଳପୂର୍ବକ ଦୋକାନ ଘର ଭାଙ୍ଗିବା ଘଟଣାର ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ। ରାଘବ ଜେନାର ଘର ଓ ଆଡ୍ଡା ଉପରେ ଚଢଉ କରିଛି ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାଡ। ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କରିବାକୁ ଜାଲ ବିଛାଇଛି ପୋଲିସ। ତା ମୋବାଇଲ ଫୋନ ଟ୍ରାକିଂ କରି ତାର ଗତିବିଧିକୁ ଟ୍ରାକ କରାଯାଉଛି। ଭୁବନେଶ୍ୱରରେ କେତେକ ଗ୍ରୁପ ସଂଗଠିତ ଭାବେ ଜମିକୁ କବ୍‌ଜା କରୁଥିବା ଘଟଣା ନଜରକୁ ଆସିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଟଙ୍କା ନେଇ ଲୋକଙ୍କୁ ଡରାଇ ଧମକାଇ ଜାଗା ଅକ୍ତିଆର କରିବା, ଜାଗାରୁ ବେଦଖଲ କରିବାରେ ଏହି ଗ୍ୟାଙ୍ଗ ସକ୍ରିୟ ଭୂମିକା ନେଉଛି। ଏଥିରେ ଉଭୟ ପୁରୁଷ ଓ ମହିଳା ସଦସ୍ୟ ସାମିଲ ରହୁଛନ୍ତି। ଏଭଳି ଗ୍ୟାଙ୍ଗ ଓ ଗ୍ୟାଙ୍ଗ ସଦସ୍ୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ।

 

ଅପରାଧୀ ଓ ଗୁଣ୍ଡାଗର୍ଦ୍ଦି ବିରୋଧରେ କମିସନରେଟ ପୋଲିସର ଜିରୋ ଟଲେରାନ୍‌ସ ନୀତି। ଅପରାଧକୁ କୌଣସି ସ୍ଥଳେ ବରଦାସ୍ତ କରାଯିବ ନାହିଁ। ଜମିକୁ ନେଇ କୌଣସି ବିବାଦ ଉପୁଜିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛି କମିସନରେଟ ପୋଲିସ। ଜମି କବ୍‌ଜା କରିବାକୁ ଯେଉଁମାନେ ଗୁଣ୍ଡାମାନଙ୍କୁ ନିୟୋଜିତ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି