ବୌଦ୍ଧ : ଯୁବକ-ଯୁବତୀଙ୍କ ମୃତ ଦେହ ଉଦ୍ଧାର, ପ୍ରେମୀ ଯୁଗଳ ସନ୍ଦେହ

ବୌଦ୍ଧ(କେନ୍ୟୁଜ) : ବୌଦ୍ଧରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଯୁବକ-ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଏହା ଏକ ଆତ୍ମ ହତ୍ୟା ଜନିତ କାରଣ ବୋଲି ସନ୍ଦେହ କରାଯାଉଥିବା ବେଳେ ମୃତକ ଦ୍ୱୟ ପ୍ରେମୀ ଯୁଗଳ ହୋଇ ଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବୌଦ୍ଧ ବ୍ଲକ ଜାମୁପାଲି ଅଞ୍ଚଳର ଅଜିତ ଭୋଇ ନାମକ ଯୁବକ କିଛି ବର୍ଷ ପୂର୍ବେ ତାମିଲନାଡୁକୁ କାମ କରିବାକୁ ଯାଇଥିଲେ। ସେଠାରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣଙ୍କୁ ସେ ଗାଁକୁ ଆଣିଥିଲେ।

ଅଜିତ ପୂର୍ବରୁ ବିବାହିତ ଥିବାରୁ ଘରର ସମସ୍ତ ଲୋକ ଏହି ସଂପର୍କକୁ ସ୍ୱୀକାର କରିନଥିଲେ। କିଛି ଦିନ ହେବ ଘରେ ଏହି ଘଟଣାକୁ ନେଇ ବିବାଦ ଲାଗି ରହୁଥିଲା। ଶେଷରେ ଉଭୟ ଘରୁ ଚାଲି ଯାଇଥିଲେ। ଆଜି ସକାଳେ ଗାଁର କିଛି ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ, ଗଛରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ବଘିଆପଡ଼ା ଫାଣ୍ଡିରେ ଖବର ଦିଆଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ଯୁବତୀ ଜଣଙ୍କ କେଉଁଠାର ବୋଲି କିଛି ଜଣାପଡିନି। ଘଟଣାସ୍ଥଳରେ ବୌଦ୍ଧ ପୋଲିସ ଓ ଏକ ଫୋରେନ୍‌ସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.