ଆଳୁ ଖୋଳୁ ଖୋଳୁ ମହାଦେବ, ସ୍ୱାମୀ ସ୍ତ୍ରୀଙ୍କ କଳି ଖୋଲିଦେଲା ସବୁ ଗୁମର

କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ । ହଁ ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସବୁ ଗୁମର ଖୋଲିଦେଇଛି ସ୍ୱାମୀ ସ୍ତ୍ରୀଙ୍କ କଳି । ବାଲେଶ୍ଵର ଟାଉନ୍ ଥାନା ଅଧୀନ ବାରବାଟି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚା ।

ବାଲେଶ୍ୱର (କେନ୍ୟୁଜ): କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ । ହଁ ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସବୁ ଗୁମର ଖୋଲିଦେଇଛି ସ୍ୱାମୀ ସ୍ତ୍ରୀଙ୍କ କଳି । ବାଲେଶ୍ଵର ଟାଉନ୍ ଥାନା ଅଧୀନ ବାରବାଟି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚା । ସ୍ଥାନୀୟ ବାରବାଟି ଅଞ୍ଚଳର ମୁକ୍ତି ରଣା ଏବଂ ସ୍ତ୍ରୀ ପ୍ରିୟଙ୍କାଙ୍କ ଭିତରେ ଅସନ୍ତୋଷ କାରଣରୁ ଏକ ବଡ ଘଟଣାର ପର୍ଦ୍ଦାଫାଶ୍ କରିଛି ପୋଲିସ୍ ।

ସୂଚନ ମୁତାବକ, ମୁକ୍ତି ନିଜ ସ୍ତ୍ରୀ ପ୍ରିୟଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ କରିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ପ୍ରିୟଙ୍କା । ଏହାପରେ ଅଭିଯୋଗକାରିଣୀଙ୍କ ଏତାଲା ଆଧାରରେ ପୋଲିସ୍ ସେମାନଙ୍କ ଘରକୁ ତଦନ୍ତ କରିବାକୁ ଯାଇଥିଲା ।

ହେଲେ ସେଠାରେ ସ୍ୱାମୀ ସ୍ତ୍ରୀଙ୍କ କଳି କଣ ସମାଧାନ କରିବ ଓଲଟି ବନ୍ଧୁକ , ଗୁଳି , ହରିଣ ଚମଡା ଓ ତୀର ଜବତ କରିଛି ପୋଲିସ୍ । ଯାହା ସୂଚନା ମିଳିଛି କି ୫ ଏୟାର ଗନ , ଗୁଳି ସହ ୨ ହରିଣ ଚମଡା ଓ ତୀର ଜବତ ହୋଇଛି । ଘଟଣା ପରେ ମୁକ୍ତି ରଣାକୁ ଗିରଫ କରିଛି ପୋଲିସ୍।

ହରିଣ ଚମଡା ସହ ଏହି ସବୁ ମାରଣାସ୍ତ୍ରକୁ ଜବତ କରିବା ପରେ ଘଟଣାର ମୋଡ ବଦଳିଯାଇଛି । ଜବତ ସମସ୍ତ ଏୟାର୍ ଗନ୍ ଗୁଡ଼ିକ ଅଭିଯୁକ୍ତ ଜଣକ ଚଢ଼େଇ ମାରିବା ପାଇଁ ବ୍ୟବହାର କରୁଥିବା ଜଣାପଡିଛି । ଏନେଇ ବାଲେଶ୍ଵର ସି ଟି ଡି ଏସ ପି ଗାୟତ୍ରୀ ପ୍ରଧାନ ଏବାବଦରେ ଗଣମଧ୍ୟାମକୁ ସୂଚନା ଦେଇଛନ୍ତି । ଏପଟେ ଏହି ଘଟଣାରେ ପୋଲିସ୍ ପଚରାଉଚରା ଜାରି ରଖିଥିବାବେଳେ, ଗିରଫ ଜଣକ କେଉଁଠାରୁ ହରିଣ ଚମଡା ଆଣିଲେ ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.