ସିରିଆରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌, ୩୬ ଯବାନଙ୍କ ମୃତ୍ୟୁ; ଅନେକ ଆହତ

ଅଲେପ୍ପୋ ସହର ନିକଟରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ସିରିଆ ସେନାର ୩୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ।

ମଧ୍ୟ ପୂର୍ବ (ମିଡିଲ୍‌ ଇଷ୍ଟ୍‍)ରେ ପୁଣି ଥରେ ପରିସ୍ଥିତି ତିକ୍ତ ହେବାରେ ଲାଗିଛି । ଇସ୍ରାଏଲ ଶୁକ୍ରବାର ସିରିଆରେ ଏୟାର ଷ୍ଟ୍ରାଇକ୍ କରିଛି । ନ୍ୟୁଜ୍ ଏଜେନ୍ସି AFPର ରିପୋର୍ଟରୁ ଜଣାପଡ଼ିଛି ଯେ ଅଲେପ୍ପୋ ସହର ନିକଟରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ସିରିଆ ସେନାର ୩୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ।

ସେନା କହିଛି ଯେ ଏହି ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ପୂରା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ସିରିଆ ଗଣମାଧ୍ୟମ ଜଣେ ସୈନ୍ୟ ଅଧିକାରୀଙ୍କ ବିବୃତ୍ତିକୁ ଦର୍ଶାଇ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଏମିତି ସମୟରେ ହୋଇଛି, ଯେତେବେଳେ ଦେଶର ବିଦ୍ରୋହୀ ଗୋଷ୍ଠୀ ଅଲେପ୍ପୋ ଏବଂ ଏହାର ଆଖପାଖ ଅଞ୍ଚଳରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛନ୍ତି ।

ତେବେ ଏହି ଏୟାର ଷ୍ଟ୍ରାଇକ୍‌ରେ କେତେ ଲୋକ ମୃତାହତ ହୋଇଛନ୍ତି, ତାହାର ସଠିକ୍‌ ସଂଖ୍ୟା ଅଧିକାରୀ ଜଣାଇ ନାହାନ୍ତି । କିନ୍ତୁ ଏଥିରେ ୩୬ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା AFP କହିଛି । ଏହି ଆକ୍ରମଣ ଅଲେପ୍ପୋ ନିକଟରେ ହୋଇଛି, ଯାହା ସିରିଆର ସବୁଠାରୁ ପ୍ରମୁଖ ସହର ମଧ୍ୟରୁ ଅନ୍ୟତମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.