ଆଜିଠୁ ‘କେଜ୍ରିଓ୍ଵାଲଙ୍କୁ ଆଶୀର୍ବାଦ’ ଅଭିଯାନ, ପତ୍ନୀ ସୁନୀତା ଜାରି କଲେ WhatsApp ନମ୍ବର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜିଠାରୁ ଆରମ୍ଭ କରିଛନ୍ତି ‘କେଜ୍ରିଓ୍ଵାଲଙ୍କୁ ଆଶୀର୍ବାଦ’ ଅଭିଯାନ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜିଠାରୁ ଆରମ୍ଭ କରିଛନ୍ତି ‘କେଜ୍ରିଓ୍ଵାଲଙ୍କୁ ଆଶୀର୍ବାଦ’ ଅଭିଯାନ । ସୁନୀତା କହିଛନ୍ତି ଯେ ‘ଅରବିନ୍ଦ କେଜ୍ରିଓ୍ଵାଲ କୋର୍ଟଙ୍କ ସମ୍ମୁଖରେ ଯାହା କିଛି କହିଛନ୍ତି, ସେଥିପାଇଁ ବହୁତ ସାହସ ଦରକାର । ଗତ ୩୦ ବର୍ଷ ଧରି ମୁଁ ତାଙ୍କ ସହିତ ଅଛି’ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୁନୀତା ତାଙ୍କ ସ୍ୱାମୀଙ୍କୁ ବାର୍ତ୍ତା ପଠାଇବା ପାଇଁ ଏକ ହ୍ଵାଟସ୍‌ଆପ୍‌ ନମ୍ବର ଜାରି କରିଛନ୍ତି । କହି ରଖୁଛୁ ଯେ କୋର୍ଟ ନିଜ ଆଦେଶରେ ସୁନୀତା କେଜ୍ରିୱାଲଙ୍କୁ ତାଙ୍କ ସ୍ୱାମୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି ।

ସୁନୀତା ହ୍ଵାଟସ୍‌ଆପ୍‌ ନମ୍ବର ଜାରି କରି ଜନସାଧାରଣଙ୍କୁ କହିଛନ୍ତି, ‘ଆପଣମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଆପଣଙ୍କ ଭାଇ, ଆପଣଙ୍କ ପୁଅ ବୋଲି କହିଛନ୍ତି । କ’ଣ ଏହି ଲଢ଼େଇରେ ଆପଣ ଆପଣଙ୍କ ଭାଇ ଓ ପୁଅକୁ ସମର୍ଥନ କରିବେ ନାହିଁ ? ମୁଁ ଆପଣଙ୍କୁ ଏକ ହ୍ଵାଟସ୍‌ଆପ୍‌ ନମ୍ବର (8297324624) ଦେଉଛି । ଆଜିଠାରୁ ଆମେ ‘କେଜ୍ରିୱାଲଙ୍କୁ ଆଶୀର୍ବାଦ’ ନାମକ ଅଭିଯାନ ଆରମ୍ଭ କରୁଛୁ । ଏହି ହ୍ଵାଟସ୍‌ଆପ୍‌ ନମ୍ବରରେ ଆପଣ ଆପଣଙ୍କ ଅରବିନ୍ଦଙ୍କୁ ଆଶୀର୍ବାଦ ପଠାଇ ପାରିବେ । ଆପଣଙ୍କର ଗୋଟିଏ ଗୋଟିଏ ମେସେଜ ତାଙ୍କ ନିକଟରେ ପହଞ୍ଚିବ’।

ସୂଚନାଥାଉ କି, ଗତକାଲି ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ଇଡି ରିମାଣ୍ଡକୁ ଆଉ ୪ ଦିନ ବଢ଼ାଇଛନ୍ତି । ବର୍ତ୍ତମାନ ସେ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.