ହ୍ଵାଟ୍ସଆପରେ ଆସିଲା ବଢ଼ିଆ ଫିଚର, ଏବେ ଗୋଟିଏ ନୁହେଁ ତିନିଟି ଚାଟକୁ କରିପାରିବେ ପିନ୍‌

ପୂର୍ବରୁ କୌଣସି ଚାଟକୁ ପିନ କରିବା ପାଇଁ ଲିମିଟ୍‌ କେବଳ ଗୋଟିଏ ଥିଲା । ଏହି ଅପଡେଟ ଦ୍ୱାରା ୟୁଜର୍ସଙ୍କୁ ମେସେଜକୁ ଅର୍ଗାନାଇଜ୍‌ କରିବାରେ ସହଜ ହେବ । ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ହ୍ଵାଟ୍ସଆପ ଚ୍ୟାନେଲ୍‌ ମାଧ୍ୟମରେ ଏହି ନୂଆ ଫିଚର୍‌ ନେଇ ସୂଚନା ଦେଇଛନ୍ତି।

ହ୍ଵାଟ୍ସଆପ୍‌ ନିଜର ସମସ୍ତ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର୍‌ ଜାରୀ କରିଛି। ଏହି ଫିଚର୍‌ ଦ୍ବାରା ଏବେ ୟୁଜର୍ସ ହ୍ଵାଟ୍ସଆପରେ ଏକାସାଥିରେ ତିନିଟି ମେସେଜକୁ ଅତି ଆରାମରେ ପିନ୍‌ କରିପାରିବେ। ପୂର୍ବରୁ କୌଣସି ଚାଟକୁ ପିନ କରିବା ପାଇଁ ଲିମିଟ୍‌ କେବଳ ଗୋଟିଏ ଥିଲା । ଏହି ଅପଡେଟ ଦ୍ୱାରା ୟୁଜର୍ସଙ୍କୁ ମେସେଜକୁ ଅର୍ଗାନାଇଜ୍‌ କରିବାରେ ସହଜ ହେବ । ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ହ୍ଵାଟ୍ସଆପ ଚ୍ୟାନେଲ୍‌ ମାଧ୍ୟମରେ ଏହି ନୂଆ ଫିଚର୍‌ ନେଇ ସୂଚନା ଦେଇଛନ୍ତି।

ଏହି ଅପଡେଟ୍‌ ସାମ୍ନାକୁ ଆସିବା ପରେ ଅନେକ ଉପଭୋକ୍ତା ଖୁସି ବ୍ୟକ୍ତ କରିଛନ୍ତି। ଆଗରୁ ମାତ୍ର ଗୋଟିଏ ମେସେଜକୁ ଇନ୍‌ବକ୍ସରେ ପୂରା ଉପରେ ପିନ୍‌‌ କରିବାର ସୁବିଧା ଥିଲା। ଅର୍ଥାତ୍‌ ମେସେଜ୍‌ ପିନ୍‌ କଲେ ତାହା ସବୁବେଳେ ଉପରେ ରହୁଥିଲା। ଏବଂ ଅନ୍ୟ ମେସେଜ୍‌ ପିନ୍‌ କଲେ ପୂର୍ବ ମେସେଜ୍‌ ଡିଲିଟ୍‌ ହୋଇଯାଉଥିଲା। ହେଲେ ଏବେ ଏକସଙ୍ଗେ ତିନିଟି ମେସେଜ୍‌ ପିନ୍‌ କରିହେବ। ଏହା ଯୋଗୁଁ ଉପଭୋକ୍ତାମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସେଭ୍‌‌ କରି ରଖିପାରିବେ।

ମେସେଜ୍‌ ବ୍ୟତୀତ ମେଟା କହିଛି ଯେ, ଉପଭୋକ୍ତାମାନେ ମିଡିଆ, ଭଏସ୍ ନୋଟ୍ ଓ ଇମୋଜି ଭଳି ବାର୍ତ୍ତା ମଧ୍ୟ ପିନ୍ କରିପାରିବେ। ଫିଚର୍ସ ଗୁଡ଼ିକ ଉଭୟ ବ୍ୟକ୍ତିଗତ ତଥା ଗ୍ରୁପ୍ ଚାଟରେ ଉପଲବ୍ଧ ହେବ ବୋଲି ହ୍ବା‌ଟ୍ସଆପ୍‌ ପକ୍ଷରୁ କୁହାଯାଇଛି। ଏହି ନୂତନ ଫିଚର୍‌‌ ପୂର୍ବରୁ କମ୍ପାନି ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଆଇଫୋନ୍ ପରି ଏକ ନୂତନ ଇଣ୍ଟରଫେସ୍‌ ଆଣିଥିଲା। ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନେ ବର୍ତ୍ତମାନ ଆଇଫୋନ୍‌ ବ୍ୟବହାରକାରୀଙ୍କ ପରି ହ୍ୱାଟସ୍‌ଆପରେ ଚାଟ୍‌, ଅପଡେଟ୍‌, କଲ୍‌ ଆଦି ବିକଳ୍ପ ପାଉଛନ୍ତି।

ଏବେ ଜାଣନ୍ତୁ ମେସେଜ୍‌ ପିନ୍‌ କରିବାର ଉପାୟ
  • ବ୍ୟକ୍ତିଗତ କିମ୍ବା ଗ୍ରୁପ୍‌ ଚାଟରେ ଆପଣ ଯେଉଁ ମେସେଜକୁ ପିନ୍‌ କରିବାକୁ ଚାହୁଁଛନ୍ତି, ତାହାକୁ ସିଲେକ୍ଟ କରନ୍ତୁ ।
  • ଚାଟ୍‌ ‌ମେସେଜକୁ ଲଙ୍ଗ୍‌ ପ୍ରେସ୍‌ କରି ସିଲେକ୍ଟ କରନ୍ତୁ ।
  • ଏବେ ଆପଣଙ୍କୁ ଅନେକ ଅପ୍ସନ ଦେଖାଇବ ଯେଉଁଥିରୁ ଶେଷ ଅପସନ୍‌ ଅର୍ଥାତ୍‌ ମୋର୍‌ ଉପରେ କ୍ଲିକ କରନ୍ତୁ ।
  • ଏବେ ଏ ଅନ୍ୟ ମେନ୍ୟୁ ଖୋଲିବ ସେଥିମଧ୍ୟରୁ ପୂରା ଉପରେ ପିନ୍‌ ଲେଖାଥିବ ।
  • ପିନ୍‌ ଉପରେ କ୍ଲିକ କରିଦିଅନ୍ତୁ । ଏବେ ଯେଉଁ ମେସେଜକୁ ଆପଣ ସିଲେକ୍ଟ କରିଥିବେ ତାହା ପିନ୍‌ ହୋଇଯିବ ଏବଂ ତାହା ସବୁଠାରୁ ଉପରେ ଦେଖାଇବ ।

ଗ୍ରୁପରେ ପିନ୍‌ ମେସେଜକୁ ନେଇ କିଛି ସର୍ତ୍ତ ରହିଛି ଅର୍ଥାତ ଗ୍ରୁପ୍‌ ଚାଟରେ ଆଡମିନ୍‌ ନିଷ୍ପତ୍ତି ନେବେ କି କେଉଁ ନମ୍ବର କେଉଁ ମେସେଜକୁ ପିନ୍‌ କରିପାରିବେ ନା ନାହିଁ । ଆଡମିନ୍‌ ପିନ୍‌ ଚାଟକୁ ନେଇ ଗ୍ରୁପରେ ସେଟିଙ୍ଗ କରିପାରିବେ । ଯାହାପରେ କେବଳ ଆଡମିନ୍‌ କିମ୍ବା କୌଣସି ବି ମେମ୍ବର ଚାଟକୁ ପିନ୍‌ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.