ତାତିରେ ହନ୍ତସନ୍ତ ରାଜ୍ୟବାସୀ, ୧୧.୩୦ ସୁଦ୍ଧା ୩୬ ଡିଗ୍ରୀ ଟପିଲା ଭୁବନେଶ୍ୱରର ପାରଦ

ଗତକାଲି ପରି ଆଜି ବି ପାରଦ ଉପରମୁହାଁ । ଆଜି ମଧ୍ୟ ଡହ ଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ । ସକାଳ ୮ଟା ପରେ ଘରୁ ବାହାରି କଷ୍ଟକର ହୋଇପଡ଼ିଛି। ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଗତକାଲି ପରି ଆଜି ବି ପାରଦ ଉପରମୁହାଁ । ଆଜି ମଧ୍ୟ ଡହ ଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ । ସକାଳ ୮ଟା ପରେ ଘରୁ ବାହାରି କଷ୍ଟକର ହୋଇପଡ଼ିଛି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦିନ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲିରେ ୩୬.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୩୬°, ଝାରସୁଗୁଡାରେ ୩୫.୪ ଡିଗ୍ରୀ ସମ୍ବଲପୁରରେ ୩୫.୨ °, ହୀରାକୁଦରେ ୩୪.୬ °, ବାଲେଶ୍ୱରରେ ୩୪.୨ °,ରାଉରକେଲା ରେ ୩୩.୪ °, ପୁରୀରେ ୩୨.୪ ଡ଼ିଗ୍ରୀ , ପାରାଦୀପରେ ୩୧.୪ ଡ଼ିଗ୍ରୀ ଓ ଗୋପାଳପୁରରେ ୩୦.୮° ତାପମାତ୍ରା ରେକର୍ଡ କରାଯାଇଛି।

ସେପଟେ ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ୧ ତାରିଖ ଯାଏ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.