ଦୁନିଆର ଏହି ଦେଶରେ ମିଳେ ରଙ୍ଗୀନ ମକା, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିଶେଷକରି ଶୀତ ଏବଂ ବର୍ଷା ଋତୁରେ ଭାରତରେ ମକା ଖାଇବା ପାଇଁ ବହୁତ କ୍ରେଜ ଅଛି । କିନ୍ତୁ ଯେତେବେଳେ ମକାର ନାମ ଆସେ, ମନକୁ ଆସୁଥିବା ପ୍ରଥମ ରଙ୍ଗ ହେଉଛି ହଳଦିଆ । ଆପଣଙ୍କୁ କହି ରଖୁଛୁ ଯେ ରଙ୍ଗୀନ ମକା ଆମେରିକାରେ ମିଳିଥାଏ । ଆମେରିକାରେ ଏହାକୁ 'ଗ୍ଲାସ୍ ଜେମ୍ କର୍ଣ୍ଣ' କୁହାଯାଏ ।

ବର୍ଷା ଏବଂ ଶୀତ ସମୟରେ ମକା ଖାଇବାର ଆନନ୍ଦ କିଛି ଅଲଗା ହିଁ ହୋଇଥାଏ କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ମକା ରଙ୍ଗୀନ ହୋଇଥାନ୍ତା ତେବେ କେତେ ଭଲ ହେବ । ତେବେ ଆଜି ଆମେ ଆପଣଙ୍କୁ ରଙ୍ଗୀନ ମକା ବିଷୟରେ କହିବୁ । ତେବେ ଆପଣ ଭାବୁଥିବେ କ’ଣ ରଙ୍ଗୀନ ମକା ଥାଏ କି? ତେବେ ଏହାର ଉତ୍ତର ହଁ । ବିଶ୍ୱର ଏହି ଦେଶରେ ରଙ୍ଗୀନ ମକା ଉପଲବ୍ଧ । ବିଶେଷକରି ଶୀତ ଏବଂ ବର୍ଷା ଋତୁରେ ଭାରତରେ ମକା ଖାଇବା ପାଇଁ ବହୁତ କ୍ରେଜ ଅଛି ।

କିନ୍ତୁ ଯେତେବେଳେ ମକାର ନାମ ଆସେ, ମନକୁ ଆସୁଥିବା ପ୍ରଥମ ରଙ୍ଗ ହେଉଛି ହଳଦିଆ । ଆପଣଙ୍କୁ କହି ରଖୁଛୁ ଯେ ରଙ୍ଗୀନ ମକା ଆମେରିକାରେ ମିଳିଥାଏ । ଆମେରିକାରେ ଏହାକୁ ‘ଗ୍ଲାସ୍ ଜେମ୍ କର୍ଣ୍ଣ’ କୁହାଯାଏ । ଆମେରିକାରେ ରଙ୍ଗୀନ ମକା ଚାଷ କରାଯାଏ । ଏଗୁଡ଼ିକ କେବଳ ଦେଖିବା ପାଇଁ ସୁନ୍ଦର ନୁହେଁ ବରଂ ଖାଇବା ପାଇଁ ମଧ୍ୟ ସମାନ ଭାବରେ ସ୍ୱାଦିଷ୍ଟ । ଆପଣ ପ୍ରଥମେ ଏହି ମକା ଦେଖିଲେ ଭାବିବେ ଯେ, ଏହା କେବେଳ ସାଜସଜ୍ଜା ପାଇଁ ତିଆରି ହୋଇଥିବା ଏକ ମକା । ଯାହା ରଙ୍ଗୀନ ମୋତି ସହିତ ସଜାଯାଇଛି ।

କିନ୍ତୁ ଏହାକୁ ହାତରେ ଧରିବା ପରେ ଆପଣ ବିଶ୍ୱାସ କରିବେ ଯେ ଏହା ପ୍ରକୃତ ମକା ଅଟେ । ସାଧାରଣତଃ ଦୁନିଆରେ କେବଳ ଦୁଇଟି ରଙ୍ଗ ମକା ଦେଖାଯାଏ । ସେଥିମଧ୍ୟରୁ ଗୋଟିଏ ଧଳା ଏବଂ ଅନ୍ୟଟି ହଳଦିଆ ରଙ୍ଗର । କିନ୍ତୁ ଏପରି ରଙ୍ଗୀନ ମକା ବିଷୟରେ କେହି କେବେ କଳ୍ପନା ମଧ୍ୟ କରିନଥିବେ । ଆମେରିକାରେ ମିଳୁଥିବା ଏହି ରଙ୍ଗୀନ ମକା ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ରହିଥାଏ । ଯାହା ନୀଳ-ସବୁଜ, ଗୋଲାପୀ-ବାଇଗଣୀ, କମଳା ରଙ୍ଗର ହୋଇଥାଏ ।

ମକା, ସାରା ବିଶ୍ୱରେ ବେଶ ଭଲ ଭାବରେ ଜଣାଶୁଣା, ଏହା ଏକ ଏପରି ଶସ୍ୟ ଯାହା ଅତ୍ୟନ୍ତ ସ୍ୱାସ୍ଥ୍ୟକର ହୋଇଥାଏ । ଏଥିରେ ଭିଟାମିନ୍, ଫାଇବର, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଏହା ଉଭୟ ଆଖି ଏବଂ ପେଟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏହାର ଉପକାରିତା ଦେଖି ଅନେକ ଲୋକ ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି । କିଛି ଅନୁସନ୍ଧାନରୁ ଜଣାପଡିଛି ଯେ ମକାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ରୋଗ ସହ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.