ହ୍ଵାଟ୍ସଆପ୍‌ ଆଣୁଛି ନୂଆ ଫିଚର, ଏବେ ଭିଡିଓକୁ ସହଜରେ କରିପାରିବେ ରିଭାଇଣ୍ଡ୍‌

ରିପୋର୍ଟ ଅନୁଯାୟୀ ହ୍ଵାଟ୍ସଆପ୍ ଏକ ନୂଆ ଫିଚର ଉପରେ କାମ କରୁଛି, ଯାହା ୟୁଜରଙ୍କୁ ଭିଡିଓକୁ ଆଗକୁ ଏବଂ ପଛକୁ ନେବାକୁ ଅନୁମତି ଦେବ। ଆସନ୍ତୁ ଏହି ଫିଚର ବିଷୟରେ ଡିଟେଲ୍ସରେ ଜାଣିବା ।

ହ୍ଵାଟ୍ସଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଏହି ପ୍ଲାଟଫର୍ମ ଲୋକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ଚାଟ୍ କରିବା ହେଉ କିମ୍ବା ଅଡିଓ-ଭିଡିଓ କଲ କରିବା ପାଇଁ ହେଉ ଲୋକମାନେ ଏହାକୁ ଅଧିକ ବ୍ୟବହାର କରନ୍ତି । ହ୍ଵାଟ୍ସଆପ୍ ନିଜ ୟୁଜରମାନଙ୍କ ପାଇଁ ଅନେକ ସମୟରେ ନୂଆ ନୂଆ ଫିଚର ଆଣିଥାଏ । ବର୍ତ୍ତମାନ ଏକ ନୂଆ ଅନଲାଇନ୍ ରିପୋର୍ଟ ଅନୁଯାୟୀ ହ୍ଵାଟ୍ସଆପ୍ ଏକ ନୂଆ ଫିଚର ଉପରେ କାମ କରୁଛି, ଯାହା ୟୁଜରଙ୍କୁ ଭିଡିଓକୁ ଆଗକୁ ଏବଂ ପଛକୁ ନେବାକୁ ଅନୁମତି ଦେବ। ଆସନ୍ତୁ ଏହି ଫିଚର ବିଷୟରେ ଡିଟେଲ୍ସରେ ଜାଣିବା ।

ରିପୋର୍ଟ ଅନୁଯାୟୀ ହ୍ଵାଟ୍ସଆପ୍ ଏହି ଫିଚର ରୋଲଆଉଟ କରିବା ଆରମ୍ଭ କରିଛି। ଏହି ଫିଚର ୟୁଜରଙ୍କୁ ଭିଡିଓକୁ ଫରଓ୍ଵାର୍ଡ ଏବଂ ରିଭାଇଣ୍ଡ କରିବା ପାଇଁ ସୁବିଧା ଦେବ । ଏହି ଫିଚର ବର୍ତ୍ତମାନ ହ୍ଵାଟ୍ସଆପ୍ ଭର୍ସନ 23.12.0.71 ରେ ମିଳୁଛି । ସୂଚନା ଥାଉ କି ହ୍ଵାଟ୍ସଆପ୍ ୟୁଜରମାନଙ୍କୁ ଆପ୍ ଭିତରେ ହିଁ ଭିଡିଓ ରେକର୍ଡ ଏବଂ ସେଣ୍ଡ କରିବା ପାଇଁ ଅପ୍ସନ ଦେଇଛି । ଏହି ଫିଚର ସାହାଯ୍ୟରେ ୟୁଜରମାନେ ଭିଡିଓର ସାଇଡରେ ଡବଲ୍‌ ଟ୍ୟାପ୍ କରି ଏହାକୁ ଆଗକୁ ଓ ପଛକୁ ରିଭାଇଣ୍ଡ୍ କରିପାରିବେ ।

ଏହି ଫିଚର ୟୁଟ୍ୟୁବରେ କାମ କରୁଥିବା ଫିଚର ପରି କାମ କରିବ । ତେଣୁ ଯେଉଁମାନେ ୟୁଟ୍ୟୁବରେ ଭିଡିଓ ଦେଖନ୍ତି ସେମାନଙ୍କ ପାଇଁ ଏହି ଫିଚର ବ୍ୟବହାର କରିବା ସହଜ ହେବ । ଏହି ଫିଚର ସାହାଯ୍ୟରେ ଆପଣ ଭିଡିଓକୁ ଆଗକୁ ଓ ପଛକୁ କରିପାରିବେ । ଆପଣ ଭିଡିଓକୁ ସହଜରେ ରିଭାଇଣ୍ଡ୍ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.