ଭୁବନେଶ୍ୱରରୁ ସିଧା ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଉଡିବ ବିମାନ, ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ । କେବଳ ଦୁବାଇ ନୁହଁ, ସିଙ୍ଗାପୁର ଓ ବ୍ୟାଙ୍କ୍‌କକୁ ମଧ୍ୟ ସିଧା ବିମାନ ଚଳାଚଳ ଆରମ୍ଭ ହେବ । ଏହି ରୁଟ୍‌ରେ ବିମାନ ଚଳାଇବାକୁ ଆବେଦନ କରିଥିଲା ଇଣ୍ଡିଗୋ । ଯାହାକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଇଣ୍ଡିଗୋ ୧୮୬ ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ । ବିମାନଚଳାଚଳର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେଣୁ ଟିକେଟ୍‌ରୁ ମିଳିବାକୁ ଥିବା ରାଜସ୍ୱ ରାଜ୍ୟ ସରକାର ରଖିବେ । ତିନିଟି ସ୍ଥାନକୁ ସିଧା ଆନ୍ତର୍ଜାତିକ ବିମାନ ଉଡାଣ ଫଳରେ ଓଡ଼ିଶାବାସୀ ଅଳ୍ପ ଖର୍ଚ୍ଚରେ ସୁବିଧାରେ ଯାତ୍ରା କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.