କମୁଛି କି ବିଜେଡି-ବିଜେପି ଦୂରତା, ଟେଲିଫୋନ ଯୋଗେ ନବୀନ-ଧର୍ମେନ୍ଦ୍ର କଥାବାର୍ତ୍ତା

ଟେଲିଫୋନ ଯୋଗେ ନବୀନ-ଧର୍ମେନ୍ଦ୍ର କଥାବାର୍ତ୍ତା । କେନ୍ଦ୍ରରେ ପୁଣିଥରେ ମନ୍ତ୍ରୀ ହେବା ପରେ ନବୀନ ଟେଲିଫୋନ କରି ଧର୍ମେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ଆମେ ମିଳିତ ଉଦ୍ୟମ କରିବୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

କମୁଛି କି ବିଜେଡି ଓ ବିଜେପି ମଧ୍ୟରେ ଦୂରତା । ଏନେଇ ଲାଗି ରହିଥିବା ଚର୍ଚ୍ଚାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ଟ୍ଵିଟ ଖୋରାକ୍ ଯୋଗାଇଛି। କେନ୍ଦ୍ରରେ ପୁଣିଥରେ ମନ୍ତ୍ରୀ ହେବା ପରେ ନବୀନ ଟେଲିଫୋନ କରି ଧର୍ମେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାପରେ ନବୀନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । କଥା ଏତିକିରେ ଅଟକି ନାହିଁ, ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ଆମେ ମିଳିତ ଉଦ୍ୟମ କରିବୁ ବୋଲି ଟ୍ଵିଟରେ କହିଛନ୍ତି । ଏହି ଟ୍ଵିଟ ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ପୂର୍ବରୁ ନିର୍ବାଚନ ବେଳେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଆରୋପ-ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। କିନ୍ତୁ ନିର୍ବାଚନ ପରେ ଦିଲ୍ଲୀ ଏୟାରପୋର୍ଟରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଭେଟଘାଟ ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ଭିନ୍ନ ଖୋରାକ ଯୋଗାଇଥିଲା।

ସେହିପରି ବାତ୍ୟା ଫନି ମୁକାବିଲା ବେଳେ ନିକଟତର ହୋଇଥିଲେ ନବୀନ ଓ ଧର୍ମେନ୍ଦ୍ର। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ସହ ନବୀନଙ୍କୁ ଢେର ପ୍ରଶଂସା କରିଥିଲେ। ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ବୋଲି କୁହାଗଲା। ନିକଟରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହୋଇଥିବା ବେଳେ ଏପଟେ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଭିତରେ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟେଲିଫୋନ କରିବା ଓ ଧର୍ମେନ୍ଦ୍ର ଟୁଇଟ କରି ତାଙ୍କୁ ଧନ୍ୟବାଦ ଜଣାଇବା ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.