Below header

ସାଲେପୁର : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

କଟକ (କେନ୍ୟୁଜ୍) : କଟକ ଜିଲ୍ଲା ସାଲେପୁର ବ୍ଲକ୍ ଶିଶୁଆ ଗାଁରେ ବଧୂହତ୍ୟା ଅଭିଯୋଗ । ଗାଁର ବାବୁଲି ବେହେରାଙ୍କୁ ପଣସପୁର ଗାଁର ଗୀତାଞ୍ଜଳି ବେହେରା ବିବାହ କରିଥିଲେ । ଶାଶୂଘର ଲୋକଙ୍କୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ବିବାହର କିଛି ବର୍ଷ ପରେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଗୀତାଞ୍ଜଳିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ତାଙ୍କୁ ଶାଶୂଘର ଲୋକେ ମାରପିଟ୍ କରୁଥିବା ଫୋନ ଯୋଗେ ଜଣାଇଥିଲେ ଗୀତାଞ୍ଜଳି । ପରେ ଗ୍ୟାସ୍ ଟାଙ୍କି ଫାଟି ସେ ପୋଡିଯାଇଥିବା ଶାଶୂଘର ଲୋକ ଖବର ଦେଇଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ଶଶାୂଘର ଲୋକେ ପୋଡି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.