Below header

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌। ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ପ୍ରତି ଶୁକ୍ରବାର ଦିନ ପିନ୍ଧିବେ ଖଦଡ଼ରୁ ପ୍ରସ୍ତୁତ ପୋଷାକ। ଆସନ୍ତାକାଲି ଠାରୁ ଏହା ଲାଗୁ ହେବ। ସେହିପରି ପ୍ରତି ଶନିବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ ଇ-ଯାନ ବ୍ୟତୀତ ଅନ୍ୟ ଗାଡ଼ିରେ ଯିବା ପାଇଁ ବାରଣ କରାଯାଇଛି।

କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିବା କହିଛନ୍ତି କୁଳସଚିବ ସଚିଦାନନ୍ଦ ନାୟକ। ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.