ବ୍ରେକ ଫେଲ୍ ଯୋଗୁ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ପିଆଜ ବଝେଇ ଟ୍ରକ୍‌

ପୁଣିଥରେ ଦ୍ୱାରାଶୁଣି ଘାଟିରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ବ୍ରେକ ଫେଲ୍ ଯୋଗୁ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ପିଆଜ ବଝେଇ ଟ୍ରକ୍‌ ।

ବାଙ୍ଗିରିପୋଷି(କେନ୍ୟୁଜ): ପୁଣିଥରେ ଦ୍ୱାରାଶୁଣି ଘାଟିରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ବ୍ରେକ ଫେଲ୍ ଯୋଗୁ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ପିଆଜ ବଝେଇ ଟ୍ରକ୍‌ । ନାସିକରୁ ପଶ୍ଚିମବଙ୍ଗକୁ WB 53B 8142 ନମ୍ବର ଟ୍ରକରେ ପିଆଜ ବୋଝେଇ କରି ଯାଉଥିବା ବେଳେ ବ୍ରେକ ଫେଲ୍ ହୋଇ ଘାଟି ତଳକୁ ଖସି ଯାଇଥିଲା ଟ୍ରକ୍‌ । ଦୁର୍ଘଟଣାରେ ଡ୍ରାଇଭର ସୁସ୍ଥ ଥିବାବେଳେ ଟ୍ରକର ହେଲପର ସାମାନ୍ୟ ଆହତ ହୋଇଥିବାବେଳେ, ତାଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.