ଜାଣିଛନ୍ତି କି ଆଧାର ମିତ୍ର କଣ, ବ୍ୟବହାର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍‌

ଅନେକ ଲୋକ ଅଛନ୍ତି ଯେଉଁମାନେ ଆଧାର ମିତ୍ର  ବ୍ୟବହାର କରିବାର ଷ୍ଟେପକୁ ଜାଣି ନାହାନ୍ତି । ଯଦି ଆପଣ ଏହାକୁ ବ୍ୟବହାର କରିବାର ଷ୍ଟେପ୍‌ ଜାଣି ନାହାଁନ୍ତି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମେ ଆପଣଙ୍କୁ  ଏହାକୁ ବ୍ୟବହାର କରିବାର ଷ୍ଟେପ୍-ଷ୍ଟେପ୍ ପ୍ରୋସେସ୍‌ ଜଣାଇବୁ ।

ଆଧାର ମିତ୍ର ନାଁ ଶୁଣିଲେ ହିଁ ଏହା ଫ୍ରେଣ୍ଡ ଭଳି କାମ ଦେଉଥିବ ଅନୁଭବ ହେଉଛି । ଆଧାର ମିତ୍ର ହେଉଛି ଏକ ଚାଟବଟ୍‌, ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା (UIDAI) ଦ୍ୱାରା ଆରମ୍ଭ କରାଯାଇଛି । ଏହି ଚାଟବଟ୍ ଆପଣଙ୍କୁ ଆଧାର ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରେ । ଆଧାର ମିତ୍ର ହେଉଛି UIDAI ୱେବସାଇଟରେ ଉପଲବ୍ଧ ଏକ ଭର୍ଚୁଆଲ୍ ଆସିଷ୍ଟାଣ୍ଟ, ଯାହା ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରେ ଏବଂ ଆଧାର ସମ୍ବନ୍ଧୀୟ ଅନେକ ସର୍ଭିସ ଯୋଗାଇପାରିବ । ଯଦି ଆପଣ ଆଧାର କାର୍ଡ ସହିତ ଜଡିତ କୌଣସି କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣ UIDAI ର ଏହି ସର୍ଭିସର ସାହାଯ୍ୟ ନେଇପାରିବେ । ଆପଣ ହୁଏତ ଆଧାର ମିତ୍ର କୁ କିପରି ବ୍ୟବହାର କରିବେ ଜାଣି ନଥିବେ । ଯଦି ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଉପରେ ଥରେ ନଜର ପକାନ୍ତୁ ।
ଅନେକ ଲୋକ ଅଛନ୍ତି ଯେଉଁମାନେ ଆଧାର ମିତ୍ର  ବ୍ୟବହାର କରିବାର ଷ୍ଟେପକୁ ଜାଣି ନାହାନ୍ତି । ଯଦି ଆପଣ ଏହାକୁ ବ୍ୟବହାର କରିବାର ଷ୍ଟେପ୍‌ ଜାଣି ନାହାଁନ୍ତି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମେ ଆପଣଙ୍କୁ  ଏହାକୁ ବ୍ୟବହାର କରିବାର ଷ୍ଟେପ୍-ଷ୍ଟେପ୍ ପ୍ରୋସେସ୍‌ ଜଣାଇବୁ । ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ଆସନ୍ତୁ ଜାଣିବା ।
କିପରି ବ୍ୟବହାର କରିବେ ଆଧାର ମିତ୍ର :
୧. ପ୍ରଥମେ UIDAI ୱେବସାଇଟ୍ https://uidai.gov.in/ କୁ ଯାଆନ୍ତୁ ।
୨. ୱେବସାଇଟର ତଳ ଡାହାଣ କୋଣରେ ଥିବା “Ask Aadhar Mitra” ଅପ୍ସନକୁ  ଖୋଜନ୍ତୁ ।
୩. ଆଧାର ମିତ୍ର ବର୍ତ୍ତମାନ ସୁଦ୍ଧା କେବଳ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ।
୪. ଆପଣ ଚାଟ୍ ୱିଣ୍ଡୋରେ ଆପଣଙ୍କର ପ୍ରଶ୍ନ ଟାଇପ୍ କରିପାରିବେ ।
୫. ଚାଟବଟ୍ ଆପଣଙ୍କ ପ୍ରଶ୍ନ ଉପରେ ଆଧାର କରି ଆପଣଙ୍କୁ ସମସ୍ତ ଡିଟେଲ୍ସ ଦେବ । ଏହା ଆପଣଙ୍କୁ ଏପରି ଲିଙ୍କ୍ ମଧ୍ୟ ଦେବ ଯାହା ଆପଣଙ୍କୁ ଅନେକ ସାହାଯ୍ୟ କରିବ । କିଛି କାର୍ଯ୍ୟ କରିବା ପାଇଁ ଏହା ଆପଣଙ୍କୁ ଷ୍ଟେପ୍-ଷ୍ଟେପ୍ ଗାଇଡ୍ ମଧ୍ୟ ଜଣାଇବ ।
ଆଧାର ମିତ୍ର କୁ ଯିବା ପରେ ଲୋକମାନେ ଏଠାରେ କଣ ପ୍ରଶ୍ନ ସର୍ଚ୍ଚ କରିବେ ସେଥିପାଇଁ ନିଶ୍ଚିତ ଚିନ୍ତା କରୁଥିବେ । ତେବେ ଏଭଳି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଧାର ମିତ୍ରକୁ ଆପଣ କଣ ପଚାରିବେ ସେ ବିଷୟରେ ଜାଣି ରଖନ୍ତୁ ।
୧. ଆଧାର ମିତ୍ର ସାହାଯ୍ୟରେ ଆପଣ ଆଖପାଖରେ ଥିବା ଆଧାର କେନ୍ଦ୍ର ଖୋଜି ପାରିବେ ।
୨. ଯଦି ଆପଣ ଆପଣଙ୍କର ଆଧାର କାର୍ଡ ଅପଡେଟ୍ କରିବା ପାଇଁ କୌଣସି ରିକ୍ୱେଷ୍ଟ କରିଥିବେ, ତେବେ ଆପଣ ଏହାର ଷ୍ଟାଟସ୍‌ ଜାଣିପାରିବେ ।
୩. ଆପଣ ନିଜର ଇ-ଆଧାର କାର୍ଡ ଡାଉନଲୋଡ୍ କରିପାରିବେ ।
୪. ଆଧାର କାର୍ଡ ସହ ଜଡିତ କୌଣସି ସମସ୍ୟା ବିଷୟରେ ଆପଣ ଅଭିଯୋଗ କରିପାରିବେ ।
୫ . ଆପଣ ପୂର୍ବରୁ ଅଭିଯୋଗ କରିଥିବା ସମସ୍ୟାର ଷ୍ଟାଟସ୍‌ ମଧ୍ୟ ଚେକ୍‌ କରିପାରିବେ ।
୬. ଆଧାର ମିତ୍ର ବ୍ୟବହାର କରି ଆପଣ UIDAI ୱେବସାଇଟରେ ସମୟ ବଞ୍ଚାଇ ପାରିବେ । ଏହା ବହୁତ ୟୁଜର ଫ୍ରେଣ୍ଡଲି ଏବଂ ଏହା ଆପଣଙ୍କୁ ଶୀଘ୍ର ସାହାଯ୍ୟ କରି ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.