ଚୋରାକାଠ ମିଲ୍‌ରେ ଚଢଉ, ୪୦ସିଫ୍ଟ ଚୋରାକାଠ ଓ କାଠକଟା ଯନ୍ତ୍ର ଜବତ

ବାଲେଶ୍ୱର (କେନ୍ୟୁଜ୍) : ସୋର ତରା ଗାଁରେ ଚୋରାରେ ଚାଲିଥିବା କାଠମିଲରେ ଚଢଉ । ବନ ବିଭାଗ ଚଢଉ କରି ୪୦ସିଫ୍ଟ ଚୋରା କାଠ ଓ କାଠ କଟା ମେସିନ ଜବତ କରିଛି । ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ବନ ବିଭାଗ ଚଢଉ କରିଥିଲା । ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଔପଦା ଖୁଣ୍ଟା ପାଟଣା ଓ ସୋର ବନ ବିଭାଗର ରେଞ୍ଜର ଏବଂ ପୋଲିସ ଫୋର୍ସର ମିଳିତ ଉଦ୍ୟମରେ ଏହି ଚଢଉ ହୋଇଥିଲା । ଏହି ଘଟଣା ପରେ କରତକଳ ମାଲିକ ଫେରାର ହୋଇଯାଇଛି।