Below header

ଫନିର ମାସେ ପରେ ବି ସ୍ୱାଭାବିକ ହୋଇନି ପିପିଲିରେ ବିଦ୍ୟୁତ ବ୍ୟବସ୍ଥା, ହନ୍ତସନ୍ତ ହେଉଛନ୍ତି ବାସିନ୍ଦା

ପିପିଲି : ଫନିର ଏକ ମାସ ପରେ ବି ପିପିଲିରେ ସ୍ୱାଭାବିକ ହୋଇପାରିନି ବିଦ୍ୟୁତ ବ୍ୟବସ୍ଥା । ଏବେ ବି ଶତକଡା ୮୦ଭାଗ ଗ୍ରାମଞ୍ଚଳରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଯେଉଁ କିଛି ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚିଛି ସେଠାରେ କେବଳ ରାତିରେ ବିଦ୍ୟୁତ ଦିଆଯାଉଛି । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହୁଛି ବିଦ୍ୟୁତ ସରବରାହ । ପିପିଲି ବଜାରରେ ଲୋକେ ଜେନେରେଟର ଲଗାଇ ଲାଇଟ୍‌ ଜାଳୁଛନ୍ତି । ବିଦ୍ୟୁତ ସେବା ନମିଳିବାରୁ ବ୍ୟବସାୟ ଉପରେ ଜୋରଦାର ପ୍ରଭାବ ପଡୁଛି । ଯାହାକୁ ନେଇ ଉଭୟ ବ୍ୟବସାୟୀ ଓ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.