ଓଭାଲ ଗ୍ରାଉଣ୍ଡରେ ପଳାତକ ବିଜୟ ମାଲ୍ୟା, ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବାକୁ ଆସିଥିଲେ ସୁରା ସମ୍ରାଟ

ଓଭାଲ ଗ୍ରାଉଣ୍ଡରେ ପଳାତକ ବିଜୟ ମାଲ୍ୟା । ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବାକୁ ଆସିଥିଲେ ମାଲ୍ୟା । ମାଲ୍ୟାଙ୍କୁ ଭାରତ ପ୍ରତ୍ୟାର୍ପଣ ନେଇ ଇଂଲଣ୍ଡରେ ମାମଲା ଚାଲିଛି । ଏ ପ୍ରସଙ୍ଗରେ ସେ କୌଣସି ମନ୍ତବ୍ୟ ଦେବାକୁ ଚାହିଁ ନଥିଲେ । କହିଥିଲେ ସେ କେବଳ ଖେଳ ଦେଖିବାକୁ ଆସିଛନ୍ତି । ଦିନେ ରୟାଲ ଚ୍ୟାଲେଞ୍ଜଲର୍ସ ବାଙ୍ଗଲୋର ଆରସିବିର ମାଲିକ ଥିଲେ ବିଜୟ ମାଲ୍ୟା । ବର୍ତ୍ତମାନ ଆରସିବି ପାଇଁ ଖେଳୁଛନ୍ତି ଭାରତର ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ।