ଅଷ୍ଟ୍ରେଲିଆ ବିପକ୍ଷରେ ଇଣ୍ଡିଆର ଦମଦାର ବ୍ୟାଟିଂ, କଙ୍ଗାରୁ ଟିମ୍‌ ଆଗରେ ୩୫୩ ରନର ଟାର୍ଗେଟ୍‌

ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲରେ ଟିମ ଇଣ୍ଡିଆର ଧମାଲ । ସୁପର ସଣ୍ଡେର ହାଇଭୋଲଟେଜ ମ୍ୟାଚରେ ୩୫୨ ରନ କରିଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ ଆଗରେ ୩୫୩ ରନର ଟାର୍ଗେଟ ରଖିଛି । ନିର୍ଦ୍ଧାରିତ ଓଭରରେ ଭାରତ ୫ ଓ୍ଵିକେଟ ହରାଇ କରିଛି ୩୫୨ ରନ୍‌ । ଟସ୍‌ ଜିତି ବ୍ୟାଟିଂ କରିଥିଲା ମେଇ ଇନ ବ୍ଲୁ । ଦମଦାର ବ୍ୟାଟିଂ କରିଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନ। ପ୍ରଥମ ଓ୍ଵିକେଟ ଭାଗିଦାରୀରେ ୧୨୭ ରନ କରିଥିଲେ । ପ୍ରଥମ ମ୍ୟାଚରେ ଶତକ କରିଥିବା ରୋହିତ ଶର୍ମା ୫୭ ରନ କରି ଆଉଟ ହୋଇଥିଲେ। ଏହି ମ୍ୟାଚ୍‌ରେ ଶତକ କରିଥିଲେ ଶିଖର ଧୱନ। ୧୦୯ ବଲରେ ୧୬ଟି ଚୌକା ବଳରେ ୧୧୭ ରନ କରିଥିଲେ । ଟିମ୍‌ ସ୍କୋର ୨୨୦ ଥିବା ବେଳେ ଆଉଟ ହୋଇଥିଲେ ଶିଖର ଧୱନ। ଏହା ପରେ ଅଧିନାୟକ ବିରାଟ କୋହଲୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ପଡିଆରେ ରନ ବର୍ଷା କରିଥିଲେ । କୋହଲି ଆଉ ଏକ ଅର୍ଦ୍ଧ ଶତକ କରିଥିବା ବେଳେ ୨୭ଟି ବଲରେ ପାଣ୍ଡ୍ୟା ୪୮ ରନ କରି ଆଉଟ ହୋଇଥିଲେ। ଏଥି ମଧ୍ୟରେ ଥିଲା ୩ଟି ଛକ୍କା ଓ ୪ଟି ଚୌକା । ଏହା ପରେ ପଡିଆକୁ ଆସି ଧମାଲ କରିଥିଲେ ଧୋନୀ । ଫଳରେ ଭାରତ ବଡ ସ୍କୋର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.