ବିଜୁଳି କାଟ୍‌ ଡ୍ରାଇଭକୁ ୧୦ ଦିନ ସ୍ଥଗିତ ରଖିଲା ସେସୁ, ସୂଚନା ଦେଲେ ସେସୁ ସିଇଓ ଅରୁଣ ବୋଥ୍ରା

ବିଜୁଳି କାଟ୍‌ ଡ୍ରାଇଭକୁ ୧୦ ଦିନ ସ୍ଥଗିତ ରଖିଲା ସେସୁ । ଆସନ୍ତା ୧୬ ତାରିଖ ଯାଏ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ୧୮ ଦିନ ଧରି ବିଜୁଳି କାଟ୍‌ ଡ୍ରାଇଭ ଚାଲିଥିବା ବେଳେ ୭୨ କୋଟି ୬୬ ଲକ୍ଷ ଟଙ୍କା ବକେୟା ଆଦାୟ ହୋଇଛି । ସେଭିତରୁ ୭ କୋଟି ୩୩ ଲକ୍ଷ ଟଙ୍କା ଅନଲାଇନରେ ଆଦାୟ ହୋଇଛି । ବକେୟା ରଖିଥିବା ୨୧ହଜାର ୩ଶହ ୩୯ ଜଣଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସେହିପରି ବକେୟା ଦାଖଲ ପରେ ୯ହଜାର ୨ଶହ ୮୮ଜଣଙ୍କୁ ପୁନଃସଂଯୋଗ ଦିଆଯାଇଛି । ଆସନ୍ତା ୧୦ ଦିନ ଭିତରେ ୩୫ ହଜାର ୨୭୭ ଜଣ ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.