ଜଙ୍ଗଲରେ ପଡିଛି ହାତୀର ମୃତଦେହ, ବ୍ୟବଛେଦ ପରେ ସ୍ପଷ୍ଟ ହେବ କାରଣ

କୁଚିଣ୍ଡା (କେନ୍ୟୁଜ୍):  ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି। ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ବିଞ୍ଜିଖୋଲ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତଦେହ ଠାବ ହୋଇଛି । ହାତୀର ମୃତଦେହଟି ଯେଉଁଠାରେ ପଡିଛି ସେହି ସ୍ଥାନଟି ସୁନ୍ଦରଗଡ ଓ ସମ୍ବଲପୁର ସୀମାରେ ହୋଇଥିବା ବେଳେ ବନବିଭାଗ ପହଞ୍ଚିବାରେ କିଛିଟା ବିଳମ୍ବ ହୋଇଥିଲା । ତଦନ୍ତ ପରେ ହାତୀ ପାଟିରେ ଘା ହୋଇ ପଚି ଯାଇଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ହାତୀର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଘଟଣା ସ୍ଥଳରେ ବାମରା ଡିଏଫଓ ଏବଂ ରେଞ୍ଜର ଗଗନ ବିହାରୀ ମଲ୍ଲିକ ଓ ବନ କର୍ମଚାରୀ ଉପସ୍ଥିତ ଅଛନ୍ତି। ତଥାପି କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ଜଣାପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.