କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

କେନ୍ଦୁଝର : ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ। କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ଖଣ୍ଡବନ୍ଧ ଲୁହା ଖଣିରେ ଏକ ଦଶ ଟିକିଆ ହାତୀ ପଲ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ଖଣି କାର୍ଯ୍ୟ ଚାଲୁଥିବା ବେଳେ ଏହି ହାତୀ ପଲ ବେଧଡକ ପଶିଥିଲେ ।

ହାତୀ ପଲକୁ ଦେଖି ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । କିନ୍ତୁ କିଛି ସମୟ ମଧ୍ୟରେ ଏହି ହାତୀପଲ ପଳାଇ ଯାଇଥିବା ଚମ୍ପୁଆ ବନାଞ୍ଚଳ ଅଧିକାରୀ କହିଛନ୍ତି । ତେବେ ଜଙ୍ଗଲ କ୍ଷୟ ଯୋଗୁ ହାତୀପଲ ଧୀରେ ଧୀରେ ଜନବସତି ମୁହାଁ ହେଉଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.