୨୫ଟିକିଆ ହାତୀ ପଲ ଭୟରେ ରଣବା ପଞ୍ଚାୟତ ମାଦୁକେତା ଗ୍ରାମବାସୀ

ହାତୀ ଉପଦ୍ରବ । ଘର ଭାଙ୍ଗିଦେଲେ । ୨୫ଟିକିଆ ହାତୀ ଦଳ ଭୟରେ ଗ୍ରାମବାସୀ । ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତ ମାଦୁକେତା ଗ୍ରାମରେ ।

ରାଇକିଆ(କେନ୍ୟୁଜ) : ହାତୀ ଉପଦ୍ରବ । ଘର ଭାଙ୍ଗିଦେଲେ । ୨୫ଟିକିଆ ହାତୀ ପଲ ଭୟରେ ଗ୍ରାମବାସୀ । ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତ ମାଦୁକେତା ଗ୍ରାମରେ । ପ୍ରାୟ ୨୫ ଟିକିଆ ହାତୀ ପଲ ଗତକାଲି ରାତିରେ ଗାଁରେ ପଶିଥିଲେ । ଗାଁର ଉଷା ମଳିକଙ୍କ ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ଘରେ କେହି ନଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ରଣବା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭିକାରୀ ମଳିକ ଗ୍ରାମରେ ପହଞ୍ଚି ଉଷା ମଳିକଙ୍କୁ ବୁଝାସୁଝା କରିବା ସହ ରାଇକିଆ ବନ ବିଭାଗକୁ ଏନେଇ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.