ସୁବର୍ଣ୍ଣପୁର ଉଲୁଣ୍ଡା ଅଂଚଳରେ ବଢିବାରେ ଲାଗିଛି ହାତୀଙ୍କ ପ୍ରାଦୁର୍ଭାବ: ସପ୍ତାହକ ଭିତରେ ଭାଙ୍ଗି ସାରିଲେଣି ୫ ବଖରା ଘର, ଯାଇଛି ଜଣଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଉଁରା ଭଉଁରା ପଂଚାୟତର ଅଗନା ଅଗନି ଜଙ୍ଗଲ ଭିତରେ ରହିଥିବା ହତୀ ପାହୁଲ ଗାଁର । ଗାଁର ଉଗ୍ରେସେନ ଭୋଇ ଏବଂ ତାଙ୍କର ଦୁଇ ବଡ ପୁଅ ଧାନ ଜଗିବାକୁ ସିହାସନ ଜଙ୍ଗଲରେ ଥିବା ବିଲକୁ ଯାଇଥିଲେ । ହାତୀ ଘଉଡାଇଲାବେଳେ ହାତୀ ହାବୁଡରେ ପଡିଯାଇଥିଲେ ଉଗ୍ରେସେନ । ସେହିଠାରେ ହିଁ ଉଗ୍ରେସେନକୁ ଦନ୍ତା ହାତୀ ଦଳି ଚକଟି କଚାଡି ମାରିଥିଲା । ଯାହାଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହେଇଥିବା ବେଳେ ଅଳ୍ପକେ ବର୍ତି ଯାଇଥିଲେ ଦୁଇ ବଡ ପୁଅ ।

 ସୂଚନା ଥାଉକି, ହାତୀମାନଙ୍କ ପ୍ରାଦୁର୍ଭାବରେ ଭୟଭିତ ଅବସ୍ଥାରେ ଅଛନ୍ତି ଏହି ଉଲୁଣ୍ଡା ଅଂଚଳର ଲୋକେ। କାରଣ ସବୁ ବର୍ଷ ଭଳି ଚଳିତ ବର୍ଷ ଠିକ୍ ଚାଷ ଅମଳ ସମୟରେ ଦେଖାଦେଇଛି ହାତୀଙ୍କ ଉପଦ୍ରବ । ଏବେ ଜଙ୍ଗଲ ଛାଡି ଗାଁକୁ ମୁହାଁଇଛନ୍ତି ହାତୀପଲ । ଲୋକଙ୍କ ଘରଦ୍ୱାର ଭାଂଗିବା ସହ ଖାଇଯାଉଛନ୍ତି ଧାନ ଫସଲ । ଧାନକୁ ଜଗିବା ପାଇଁ ହାତୀ ମଣିଷ ଲଢେଇ ଭିତରେ କେତେବେଳେ ହାତୀ ତ ଆଉ କେତେବେଳେ ଚାଲି ଯାଉଛି ମଣିଷର ଜୀବନ । ମିଳିଥିବା ଖବର ଅନୁସାରେ ସପ୍ତାହେ ଭିତରେ ଏହି ଗାଁର ୫ ବଖରା ଘର ଭାଙ୍ଗି ସାରିଲେଣି ଏହି ହାତୀପଲ । ଯାହାଫଳରେ ଭୟରେ ଲୋକେ ଆଉ ରାତିରେ ନଶୋଇ ଚେଇଁ ରହୁଛନ୍ତି । ଏମିତିକି କେହି କେହି ଘରୁ ଛୋଟ ଛୁଆ ଓ ମହିଳାଙ୍କୁ ଅନ୍ୟ ଗାଁରେଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଛାଡିଦେଇଥିବା କହିଛନ୍ତି । ଯାହାକୁ ନେଇ ଚିନ୍ତାରେ ଲୋକେ ।

hatiତେବେ ଏହି ଘଟଣା ପରେ ଖବର ପାଇ ବନ ବିଭାଗ ପକ୍ଷରୁ ମୃତକ ଉଗ୍ରେସେନଙ୍କ ପରିବାରକୁ ଚାଳିଶ ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିବା ବେଳେ ୧୫ ଦିନ ଭିତରେ ସରକାଙ୍କ ବିଧିବ୍ୟବସ୍ଥାରେ ଥିବା ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଅନ୍ଯପଟେ  ଏନେଇ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଏଲିଫ୍ଯାଣ୍ଟ ସ୍ବାର୍ଡ ଗଠନ କରାଯାଇ ହାତୀଙ୍କ ଗତି ବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବରେ କ୍ଷୟକ୍ଷତି ହୋଇଥିବା ଚାଷ ଜମିର ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉଲୁଣ୍ଡା ବନଖଣ୍ଡ ଅଧିକାରୀ । ସେପଟେ ଉଗ୍ରେସେନଙ୍କ ପରିବାର ଗରିବ ଅସହାୟ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.