ବ୍ରହ୍ମପୁର: ସୋରଳ-ସୁନାପୁର ମଧ୍ୟ ବାହୁଦା ନଦୀ ନିକଟ ଏକ ପଙ୍କୁଆ ସ୍ଥାନରେ ଫଶିଲେ ହାତୀପଲ, ଉଦ୍ଧାର ପାଇଁ ଚାଲିଛି ଉଦ୍ଯମ
ବ୍ରହ୍ମପୁର : ପଙ୍କ ଭିତରେ ଫଶିଗଲେ ହାତୀପଲ । ବ୍ରହ୍ମପୁର ରେଞ୍ଜ ଅନ୍ତର୍ଗତ ସୋରଳ- ସୁନାପୁର ମଧ୍ୟ ବାହୁଦା ନଦୀ ନିକଟ ଏକ ପଙ୍କୁଆ ସ୍ଥାନରେ ଫଶିଛନ୍ତି ଦଶ ଟିକିଆ ହାତୀ ପଲ।
ଆନ୍ଧ୍ର ସୀମାନ୍ତ ଦେଇ ହାତୀ ପଲ ପାର ହେଉଥିବା ବେଳେ ପଶିଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଯାଇ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।