Below header

ନୀଳଗିରିରେ ଦନ୍ତା ଆତଙ୍କ, ବାଣ ଫୁଟାଇ ଜଙ୍ଗଲକୁ ଘଉଡାଇଲା ବନବିଭାଗ

ବାଲେଶ୍ୱର(କେନ୍ଯୁଜ୍): ନିଦ ହଜାଇଛି ଦନ୍ତା। ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲା ନୀଳଗିରିକୁ ପାଇଲଟ ଦନ୍ତା ଖସି ଆସିଛି। ଦିନରେ ତିନିକୋଶିଆ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁରେ ପଶୁଥିବା ଦେଖିବାକୁ ମିଳିଛି ।

ଫଳରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି ଦନ୍ତା। ମୟୂରଭଞ୍ଜ ଜିଲ୍ଲା ଆରପଟା ଜଙ୍ଗଲ ଦେଇ ନୀଳଗିରିକୁ ପଶି ଥିଲା ଏହି ଦନ୍ତା ହାତୀ। ଆସିବା ବେଳେ କାଂଶ ହାଇସ୍କୁଲ ପାଚେରୀ ଭାଙ୍ଗିଦେଇଛି। ପରେ ଏହି ହାତୀଟି ଅଯୋଧ୍ୟା ନିକଟ ଗୋପଳପୁରସ୍ଥିତ ଜଙ୍ଗଲକୁ ପଶି ଯାଇଥିଲ। ଖବରପାଇ ନୀଳଗିରି ରେଞ୍ଜର ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ବାଣ ଫୁଟାଇ ହାତୀକୁ ଘଉଡାଇଥିଲେ। ଦନ୍ତାଟି ଭୋରରୁ ନୀଳଗିରି ବ୍ଲକର ଗୋପାଳପୁର-କାଠପାଳ ଅଞ୍ଚଳ ଆଡ଼କୁ ମୁହାଁଇ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.