ପଦ୍ମପୁର ରେଞ୍ଜ ଗାଇସିଲାଟ ଅଞ୍ଚଳରେ ୪୦ଟିକିଆ ହାତୀପଲଙ୍କ ଉତ୍ପାତ, ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ପଦ୍ମପୁର(କେନ୍ଯୁଜ୍): ବରଗଡ ଜିଲ୍ଲା ପଦ୍ମପୁର ରେଞ୍ଜ ଗାଇସିଲାଟ ଅଞ୍ଚଳରେ ୪୦ଟିକିଆ ହାତୀପଲଙ୍କ ଉତ୍ପାତ । ୪୦ରୁ ଅଧିକ ବଣୁଆ ହାତୀ ୩ଦିନ ହେବ ଗାଇସିଲାଟ ବ୍ଲକରେ ଆତଙ୍କ ଖେଳାଇଛନ୍ତି । ବ୍ଳକର ରାଇସଲପଦର ପଞ୍ଚାୟତରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଅମଲିପାଲି ଗାଁର ଦିନବନ୍ଧୁ ସାହୁଙ୍କ ଘରେ ହାତୀ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଛନ୍ତି ।

ହାତୀ ଭୟରେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନିଆଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ହାତୀ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.