ମାଣିକପାଟଣା ଗାଁରେ ଜବରଦଖଲ ଉଚ୍ଛେଦ ପକ୍ରିୟା ଆରମ୍ଭ, ମାଟିରେ ମିଶିବ ୧୨୦ଘର
କେନ୍ଦ୍ରାପଡା ଜିଲ୍ଲା ଆଳି ତହସିଲ ଅଧିନସ୍ଥ ମାଣିକପାଟଣା ଗାଁରେ ବର୍ଷ ବର୍ଷ ଧରି ଗାଁର କିଛି ଲୋକ ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲ କରି ଘର ନିର୍ମାଣ କରିଥିଲେ । ଫଳରେ ଗାଁକୁ ଆମ୍ବୁଲାନ୍ସ ଓ ଚାରିଚାକିଆ ଯାନ ଯିବା ଆସିବା କରିବା ସମ୍ଭବ ହେଉନଥିଲା ।
ଆଳି(କେନ୍ୟୁଜ୍): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଜବରଦଖଲ ଉଛେଦ ପକ୍ରିୟା । କେନ୍ଦ୍ରାପଡା ଜିଲ୍ଲା ଆଳି ତହସିଲ ଅଧିନସ୍ଥ ମାଣିକପାଟଣା ଗାଁରେ ବର୍ଷ ବର୍ଷ ଧରି ଗାଁର କିଛି ଲୋକ ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲ କରି ଘର ନିର୍ମାଣ କରିଥିଲେ । ଫଳରେ ଗାଁକୁ ଆମ୍ବୁଲାନ୍ସ ଓ ଚାରିଚାକିଆ ଯାନ ଯିବା ଆସିବା କରିବା ସମ୍ଭବ ହେଉନଥିଲା।
ଜବରଦଖଲ ଉଚ୍ଛେଦ ନେଇ ଆଳି ତହସିଲଦାର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ନିରାଶ ହୋଇ ମାଣିକପାଟଣା ଗାଁର ଯୁବ ସମାଜସେବୀ ସୁରେଶ ଚନ୍ଦ୍ର ପାତ୍ର ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରିଥିଲେ । ହାଇକୋର୍ଟ ଏହି ମାମଲାକୁ ବିଚାର କରି ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମିକୁ ଜବରଦାଖଲ ଉଚ୍ଛେଦ ପାଇଁ ଆଳି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାଜିଷ୍ଟ୍ରେଟ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ଆଜି ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି। ତିନୋଟି ପର୍ଯ୍ୟାୟରେ ୧୨୦ଟି ଘର ଉଛେଦ କରାଯିବ ବୋଲି ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ କହିଛନ୍ତି।