ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ, CRPFର ୪ଜଣ ଯବାନ୍‌ ଗୁରୁତର

ମାଲକାନଗିରି(କେନ୍ଯୁଜ୍): ବଡ଼ ଧରଣର ବିସ୍ଫୋରଣ । ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ। ଡିଟୋନେଟର ସ୍ଥାନାନ୍ତର ବେଳେ ବଗି ଭିତରେ ବିସ୍ଫୋରଣ। ଏଥିରେ CRPFର ୪ଜଣ ଯବାନ୍‌ ଗୁରୁତର ଆହତ ହୋଇଛନ୍ତି। ୨ ନମ୍ବର ଫ୍ଲାଟଫର୍ମରେ ଥିବା ସ୍ପେଶାଲ୍‌ ଟ୍ରେନ୍‌ରେ ବିସ୍ଫୋରଣ ହୋଇଛି। ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଟଣାସ୍ଥଳରେ ସିଆର୍‌ପିଏଫ୍‌ର ଜଣେ ବିରଷ୍ଠ ଅଧିକାରୀ ପହଞ୍ଚିଛନ୍ତି ଯାଂଚ କରୁଛନ୍ତି। ବିସ୍ଫୋରଣ ପରେ ଷ୍ଟେସନ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଆଜି ରାୟପୁର ରେଳ ଷ୍ଟେସନରେ ଥିବା CRPF ସ୍ୱତନ୍ତ୍ର ଟ୍ରେନରେ ଏକ ଇଗ୍ନିଟର ସେଟ୍ ଥିବା ବାକ୍ସ ତଳେ ପଡ଼ିଯିବା ପରେ ଏହି ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ନ୍ଯୁଜ୍ ଏଜେନ୍ସି ଅନୁଯାୟୀ, ସକାଳ ୬.୩୦ ସମୟରେ ଝାରସୁଗୁଡା ଜାମ୍ମୁ ତାୱି ଟ୍ରେନ୍ ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ ଏହି ଘଟଣା ଘଟିଥିଲା। ଜଣେ ଆହତ ସିଆର୍‌ପିଏଫ୍‌ ଯବାନ ଓ ହେଡ କନଷ୍ଟେବଳଙ୍କୁ ରାୟପୁରର ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.