ଅଗ୍ନିରୁ ଆବିର୍ଭାବ ମା’ ହିଙ୍ଗୁଳା

ଅଗ୍ନି ରୂପେ ପ୍ରକଟିତ ହେଲେ ମା' ହିଙ୍ଗୁଳା, ଦର୍ଶନ ପାଇଁ ହିଙ୍ଗୁଳା ଯାତ୍ରାରେ ଯୋଗ ଦେଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ତାଳଚେର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା। ମାଆଙ୍କ ପାଖରେ ପ୍ରତିବର୍ଷ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ଗୋପାଳପ୍ରସାଦ ଠାରେ ମା ହିଙ୍ଗୁଳା ଅଗ୍ନିରୁପରେ ଉଭା ହୁଅନ୍ତି। ସେହି ଦିନ ଠାରୁ ଆରମ୍ଭ ହୁଏ ମାଙ୍କ ଯାତ୍ରା। ଦୀର୍ଘ ୯ ଦିନ ଧରି ଚାଲେ ମାଙ୍କ ବାର୍ଷିକ ଯାତ୍ରା। ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରୋଷ ଘର ସହ ଅଗ୍ନିରୁପିଙ୍କର ନିବିଡ଼ ସମ୍ପର୍କ ରହିଛି।

ଝଟକୂଛି ଅଗ୍ନିରୂପୀ ମା’ ହିଙ୍ଗୁଳାଙ୍କ ଭବ୍ଯ ମନ୍ଦିର । ଅଗ୍ନି ରୂପେ ପ୍ରକଟିତ ମା’ ଙ୍କର ଚାଲିଛି ନବ ଦିନାତ୍ମକ ପୂଜା ଉତ୍ସବ । ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା। ବିଶ୍ୱ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ପାଇଁ ମା’ ଙ୍କ ପୀଠ ଏବେ ଲୋକାରଣ୍ଯ । କାହିଁ କେତେ ଆଡୁ କେତେ ଭକ୍ତ ଛୁଟି ଆସୁଛନ୍ତି ମା ଙ୍କର ଏହି ରୂପର ଦର୍ଶନ ପାଇଁ । ଭକ୍ତି ସହ ଏଠି ଯୋଡି ହୋଇଯାଇଛି ସାଂସ୍କୃତିକ ଭାବଧାରା। ଚାଲିଛି ଉନବିଂଶତ୍ତମ ଲୋକ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ କଳାକାରମାନେ ଆସି ନିଜର କଳା ପରିବେଷଣ କରୁଛନ୍ତି । ଯାହାକୁ ଦେଖିବା ପାଇଁ ସବୁଦିନେ ଲୋକଙ୍କ ଭିଡ ଜମୁଛି ।

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରାରେ ପ୍ରତ୍ୟକ ଦିନ ମା ଙ୍କୁ ବିଧି ପୂର୍ବକ ପୂଜା ଅର୍ଚନା କରାଯାଉଛି । ଯାହା ପାଇଁ ଲକ୍ଷାଧିକ ଦର୍ଶନାର୍ଥୀଙ୍କ ଭିଡ ଲାଗି ରହୁଛି। ଭକ୍ତିମୟ ପରିବେଶରେ ଫାଟି ପଡୁଛି ମାଙ୍କ ପୀଠ ଗୋପାଳଗଡ । ବର୍ଷ ସାରା ବିଭିନ୍ନ ପର୍ବପର୍ବାଣି ମାଙ୍କ ପିଠରେ ପାଳିତ ହେଉଥିଲେ ମଧ୍ୟ ମଧ୍ୟ ବିଷ୍ଣୁ ଦମନକ ଚତୁର୍ଦ୍ଦଷିରେ ପାଳିତ ହେଉଥିବା ମାଙ୍କର ଏହି ବାର୍ଷିକ ଯାତ୍ରା ସଂମ୍ପୁଣ୍ଣ ଅଲଗା ।ଏହାର ସଂମ୍ପର୍କ ଶ୍ରୀକ୍ଷେତ୍ର ସହ ରହିଛି । କାରଣ ଏହି ଦିନ ବଡଦେଉଳର ରୋଶଘରର ଠାକୁରାଣି ମା ନିଜେ ଅଗ୍ନିରୁପରେ ଏଠାରେ ପ୍ରକଟିତ ହୁଅନ୍ତି । ଏଠି ପୁଜାରେ ନଥାଏ ପୁଜକର ମଧ୍ୟସ୍ତତା । ମାଙ୍କ ନିକଟରେ ଭକ୍ତ ନିଜର ନୈବେଦ୍ୟ ସିଧାସଳଖ ଅର୍ପଣ କରନ୍ତି । ଏହି ପରମ୍ପରା ବିଶ୍ୱରେ ବିରଳ । ଯାହା ଉପରେ ଲୋକଙ୍କର ରହିଛି ଅଗାଢ ବିଶ୍ୱାସ ଓ ଭରସା ।

ଗୋଟିଏ ପଟେ ଭକ୍ତିମୟ ପରିବେଶ ଆଉ ଅନ୍ଯପଟେ ଆୟୋଜିତ ହେଉଥିବା ଲୋକମହୋତ୍ସବ ମା’ ଙ୍କ ପିଠକୁ ସମସ୍ତଙ୍କୁ ଟାଣି ଆଣୁଛି । ଚଳିତ ଥର ଆୟୋଜିତ ୧୯ ତମ ଲୋକ ମହୋତ୍ସବର ପ୍ରତ୍ୟକ ସନ୍ଧ୍ୟ୍ରାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ଯକ୍ରମ ସଭିଙ୍କ ମନ ଜିଣୁଛି । ରାଜ୍ଯ ତଥା ରାଜ୍ଯ ବାହାରୁ ଆସିଥିବା ସାଂସ୍କୃତିକ ଦଳ ମାନଙ୍କର ଭଳିକି ଭଳି ନୃତ୍ୟ ପରିବେଷଣ ପୂଜା ଦେଖିବାକୁ ଆସିଥିବା ପ୍ରତ୍ୟକ ଦର୍ଶକଙ୍କ ମନକୁ ଛୁଇଁଛି । ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବ ଆଜି ଶେଷ ହୋଇଛି ।
ଆଜି ମାଙ୍କର ଶିତୁଳା ଯାତ୍ରା । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.